www.samajalive.in
Saturday, December 6, 2025
15.1 C
Bhubaneswar

୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ:  ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିବା ମେସେଜରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର  ଡ୍ରଗ୍ ନେଟୱାର୍କକୁ ମୂଳୋତ୍ପାଟନ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି।

- Advertisement -

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଛନ୍ତି ଯେ, ନିଶା ମୁକ୍ତ ଭାରତ ନିର୍ମାଣର ନିରନ୍ତର ଅନୁସନ୍ଧାନରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ  ୧,୮୦୦କୋଟି ଟଙ୍କା ମୂଲ୍ୟର ୩୦୦କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରି ଏକ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରାଯାଇଛି।

ଗୁଜୁରାଟ ପୁଲିସ, ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ(ଏଟିଏସ) ଏବଂ ଭାରତୀୟ ତଟରକ୍ଷା ବାହିନୀକୁ ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories