www.samajalive.in
Friday, December 5, 2025
20.1 C
Bhubaneswar

ବନ ବିଭାଗର ଚଢାଉ: ୨୭ଖଣ୍ଡ ଶାଗୁଆନ କାଠ ଜବତ

ରାଇକିଆ: କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଅଧୀନରେ ଥିବା ରଣବା ସେକ୍ସନର ଘାଟି ଖାରିଗୁଡ଼ା ଅଞ୍ଚଳରେ କାଠ ଚୋରା ଚାଲାଣ ପାଇଁ ଉଦ୍ୟମବେଳେ ଚଢାଉ କରିଛି ବନ ବିଭାଗ। ସୋମବାର ଭୋର ପ୍ରାୟ ୩ରୁ ୪ଟା ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାଟ୍ରୋଲିଂବେଳେ ଚୋରା ଚାଲାଣକାରୀମାନେ ହାବୁଡ଼ରେ ପଡ଼ିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ପିକଅପ ଗାଡ଼ିରେ କାଠ ଥିବା ଦେଖି ବଢ଼ାଉ କରି ୨୭ଖଣ୍ଡ ଶାଗୁଆନ କାଠକୁ ଜବତ କରାଯାଇଛି। ଗାଡ଼ିର ଚାଳକ ଓ ଏଥିରେ ସଂଶ୍ଳିଷ୍ଟ କାଠ ମାଫିଆମାନେ ଫେରାର ହୋଇ ଯାଇଥିବାବେଳେ ଗାଡ଼ି ଓ କାଠକୁ ଜବତ କରଯାଇଛି। କରଡ଼ା ରେଞ୍ଜର ସବନମ ସାହୁ, ଫରେଷ୍ଟର ଅଜିତ ପ୍ରଧାନ, ଫରେଷ୍ଟ ଗାର୍ଡ ଅକ୍ଷୟ କହଁର ଏବଂ ବିକାଶ ମଲ୍ଲିକ ଚଢାଉରେ ସାମିଲ ହୋଇଥିଲେ। ଏନେଇ କେସ୍ ନମ୍ବର ୦୧/୨୫ ରେ ମାମଲା ରୁଜୁ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories