www.samajalive.in
Saturday, December 6, 2025
26.1 C
Bhubaneswar

ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଦିବସ ଚଳିତ ମାସ ୨ ତାରିଖରେ ପାଳିତ ହୋଇଯାଇଛି। ଏହି ଅବସରରେ ସେଣ୍ଟର ଫର ଆଡଭୋକେସି ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ ଡେପୁଟି କମିଶନର ଡ.ଜୋୟା ଅଲି ରିଜଭୀ ଯୋଗଦେଇ କହିଥିଲେ, ଋତୁସ୍ରାବ ଏକ ସ୍ୱାଭାବିକ ପ୍ରକ୍ରିୟା। ତତ୍‍ସମ୍ପର୍କିତ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଗୁରୁତ୍ୱର ସହିତ ଗ୍ରହଣ କରି ମହିଳାମାନଙ୍କର ସଶକ୍ତିକରଣ, ଶିକ୍ଷା, ଜଳ ଓ ପରିମଳ, ଜୀବିକାରବିକାଶ ଆଦି ସହିତ ଏହାକୁ ସମନ୍ୱିତ କରିବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ପରିବ୍ୟାପ୍ତ ସମାଜ, ଗୋଷ୍ଠୀ ଏବଂ ନାଗରିକ ସଂଗଠନଗୁଡିକର ବର୍ଦ୍ଧିତ ଭୂମିକା ରହିଛି। ଜାଭିୟର ସ୍କୁଲ ଅଫ ହ୍ୟୁମାନ ସେଟଲମେଣ୍ଟସର ଡିନ୍‍ ଡ.କଜରି ମିଶ୍ର ଏବଂ ୟୁଏନଏଫପିଏର ରାଜ୍ୟ ଯୁବ ଅଧିକାରୀ ତ୍ରିଷା ପାରିକ ଦର୍ଶାଇଥିଲେ ଯେ ଏହା ସ୍ୱାସ୍ଥ୍ୟ ପ୍ରସଙ୍ଗ ସହିତ ସମ ଭାବରେ ଏକ ମାନବାଧିକାର ପ୍ରସଙ୍ଗ। ଏ ସମ୍ପର୍କରେ ଆବଶ୍ୟକ ସୂଚନା ସହିତ ଯେଉଁଭଳି ଉପଯୋଗୀ ସେବା ଯୋଗାଇ ଦିଆଯିବା କଥା ତାହା ଅଭାବରୁ ଦୀର୍ଘସୂତ୍ରୀ ସ୍ୱାସ୍ଥ୍ୟଗତ ପ୍ରଭାବ ପଡୁଛି। ଓଡ଼ିଶା ସରକାରଙ୍କ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ମଧୁମିତା ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରୀତି ପ୍ରତିଭା ଭୋଳ, ସିଏଫଏଆରର ନିର୍ବାହୀ ନିର୍ଦ୍ଦେଶକ ଅଖିଳା ଶିବଦାସ ପ୍ରମୁଖ ଏହି ୱେବିନାରରେ ନିଜସ୍ୱ ମତାମତ ରଖିଥିଲେ। ଏଥିସହିତ ଜୟପୁରରୁ ନାଫିସା, ଭୁବନେଶ୍ୱର କିଶୋରୀ କ୍ଲବର ମନିଶା ସାମଲ ସେମାନଙ୍କର ଅନୁଭୂତି ଉପସ୍ଥାପନ କରିଥିଲେ। ସଚି ସହେଲିର ପ୍ରତିଷ୍ଠାତା ଡ.ସୁରଭି ସିଂହ କହିଥିଲେ ଏ କ୍ଷେତ୍ରରେ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। କେଉଁଟି ଠିକ୍‍ ଏବଂ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ହେବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories