www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ ହାଇକୋର୍ଟରେ ଜୁହି ଚାୱଲାଙ୍କ ଆବେଦନ ଖାରଜ : ଗଣିବେ ୨୦ ଲକ୍ଷ ତଣ୍ଡ

ନୂଆଦିଲ୍ଲୀ : ଦେଶରେ ୫-ଜି ନେଟୱର୍କ ସ୍ଥାପନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିପାଇଁ କୋର୍ଟ ଜୁହିଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଆଇନ ପ୍ରକ୍ରିୟାର ଦୁରୁପଯୋଗ ଅଭିଯୋଗରେ ଅଦାଲତ ଜରିମାନା ନିର୍ଦେଶ ଦେଇଛନ୍ତି।

ଭାରତରେ ଖୁବଶୀଘ୍ର ୫-ଜି ଟେକ୍‌ନିକ ଲାଗୁ ହେବାକୁ ଯାଉଛି। ଯହାର କୁପ୍ରଭାବ ପରିବେଶ ସହିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିବ। ଏହାକୁ ନେଇ ଦୀର୍ଘ ସମୟ ହେବ ଜୁହି ଚାୱଲା ୫-ଜି ମୋବାଇଲ ଟାୱାରଗୁଡ଼ିକରୁ ବାହାରିବାକୁ ଥିବା ହାନିକାରକ ରାଡିଏଶନ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଏବେ ଏହା ବିରୋଧରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ଗତ ୨ ତାରିଖରେ ଏହାର ଅନଲାଇନ ଶୁଣାଣି ହୋଇଥିଲା।

- Advertisement -

ଜୁହି କହିଥିଲେ, ଆମେ ଅଗ୍ରଣି ଟେକ୍ନୋଲୋଜିକୁ ବିରୋଧ କରୁନାହୁଁ। ଆମେ ଶେଷତମ ଉତ୍ପାଦର ବ୍ୟବହାର କରିବାକୁ ବହୁତ ପସନ୍ଦ କରୁ, ଯାହା ଆମକୁ ଉତ୍ତର ଟେକ୍ନୋଲୋଜି ଦେଇଥାଏ। ୱାୟରଲେସ୍‌ କ୍ଷେତ୍ରରେ ବି। ତେବେ ଆମେ ଚିନ୍ତାରେ ରହୁଛୁ ଯେ ୱୟରମୁକ୍ତ ଉତ୍ପାଦ ଏବଂ ନେଟୱର୍କ ସେଲ୍‌ ଟାୱାର ସହିତ ସମ୍ବନ୍ଧୀୟ ଆମ ନିଜର ଗବେଷଣା ଏବଂ ଅଧ୍ୟୟନରୁ ଭଲ ଭାବେ ଜଣାପଡ଼ୁଛି ଯେ, ଏହିପରି ବିକିରଣ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ହାନିକାରକ।

ତେବେ ଆଜି ଚୁଡାନ୍ତ ଶୁଣାଣି ସମୟରେ କୋର୍ଟ ଆଇନ ପ୍ରକ୍ରିୟାର ଦୁରୁପଯୋଗ ଅଭିଯୋଗରେ ଏହି ଆଦେଶ ଦେବା ସହ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories