www.samajalive.in
Saturday, December 6, 2025
16.1 C
Bhubaneswar

କ୍ୟାମ୍ପସ ନିଯୁକ୍ତିରେ ବିଜିୟୁର ସଫଳତା

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ନିଯୁକ୍ତିରେ ବିଶେଷ ସଫଳତା ମିଳିବାରେ ଲାଗିଛି। ବିଜିୟୁରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଆବଶ୍ୟକ କରୁଥିବା କୁଶଳତା, ପ୍ରଯୁକ୍ତି ଭିତ୍ତିକ ଶିକ୍ଷା ସହିତ ସେମାନଙ୍କୁ ପରିବର୍ତ୍ତିତ ବଜାର ଓ ଶିଳ୍ପ ଆବଶ୍ୟକତା ମୁତାବକ ଶିକ୍ଷାଗତ ତଥା ମାନସିକ ସ୍ତରରେ ଅନୁରୂପ ଭାବରେ ପ୍ରସ୍ତୁତ କରାଯାଉଥିବାରୁ ବିଭିନ୍ନ କ୍ଷେତ୍ରର ଶିଳ୍ପଗୁଡିକ ଏହି ପ୍ରତିଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ସାକ୍ଷାତକାର ଜରିଆରେ ନିଯୁକ୍ତି ଦେବାକୁ ଇଛା ପ୍ରକାଶ କରୁଛନ୍ତି। ବିଜିୟୁର ଛାତ୍ରଛାତ୍ରୀମାନେ ଆର୍ଥିକ ସେବା, ଏଫଏମସିଜି, ଏଫଏମସିଡି, ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ, କନସଲଟିଂ, ବ୍ୟାଙ୍କିଙ୍ଗ ସେବା, ଆଇଟି ଆଦି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ଡିଲଏଟ, ଫେଡେରାଲ ବ୍ୟାଙ୍କ, କେପିଏମଜି, ଏଚଡିଏଫସି ଏଏମସି,ଏସବିଆଇ ଲାଇଫ, ଟାଟା ଏଆିଜି, ମୁଥୁଟ ଫିନକର୍ପ, ଏୟାରଟେଲ, ଏଚଏଫଏଫସି, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ, ମାରିକୋ, ଆଇଟିସି, ବର୍ଜର ପେଣ୍ଟଓ, ଆକ୍ସିସ ବ୍ୟାଙ୍କ, ଜି ଏଣ୍ଟରଟେନମେଣ୍ଟ, ନେଜନେସିସ ବିସିଡବ୍ଲୁଏ ଆଡଫାକ୍ଟର ପିଆର, ପିଆର ହବ୍‍, ଇଟିଭି ଭାରତ ଆଦି ସଂସ୍ଥା ବିଜିୟୁକୁ କ୍ୟାମ୍ପସ ନିଯୁକ୍ତି ନିମନ୍ତେ ଆସୁଛନ୍ତି। ମହାମାରୀ ପରିସ୍ଥିତି ସତ୍ତେ୍ୱ ବିଜିୟୁ ଛାତ୍ରଛାତ୍ରୀଙ୍କ ପାଇଁ ଯଥା ସମ୍ଭବ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତି ସାକ୍ଷାତକାରରେ ୫୫% ଅଧିକ ନୂଆ କମ୍ପାନୀକୁ ସାମିଲ କରିଥିଲା। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଯୁକ୍ତି ପ୍ରକ୍ରିୟାରେ ହାରାହାରି ୧୧ଟି ସୁଯୋଗ ପାଇଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories