ଅନ୍ତର୍ଜାତୀୟ ଶାନ୍ତି ଦିବସ

ବିଶ୍ବର ପ୍ରମୁଖ ରାଷ୍ଟ୍ର ଓ ଗୋଷ୍ଠୀ ମଧ୍ୟରେ ଶାନ୍ତିର ଆଦର୍ଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାତିସଂଘ ‘ଶାନ୍ତି ଦିବସ’ ପାଳନ ଘୋଷଣା କରିଛି। ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆହ୍ୱାନ କରି ଏହି ଦିବସ ପାଳନ କରାଯାଉଛି। ୧୯୮୧ରେ ଜାତିସଂଘ ସାଧାରଣ ସଭା ଦ୍ବାରା ଅନ୍ତର୍ଜାତୀୟ ଶାନ୍ତି ଦିବସ ସ୍ଥାପିତ ହୋଇଥିଲା। ୨୦୦୧ରେ ଏହି ଦିନକୁ ଅହିଂସା ଓ ଯୁଦ୍ଧ ବିରତିର ସମୟ ଭାବେ ଜାତିସଂଘ ସ୍ବୀକୃତି ଦେଇଥିଲା।

ସେବେଠାରୁ ସେପ୍ଟେମ୍ବର ୨୧ତାରିଖରେ ବିଶ୍ବସ୍ତରରେ ‘ଅନ୍ତର୍ଜାତୀୟ ଶାନ୍ତି ଦିବସ’ ପାଳିତ ହେଉଛି। ଯୁକ୍ତରାଜ୍ୟ ଓ କୋଷ୍ଟାରିକା ଏହି ଦୁଇ ଦେଶର ଆହ୍ୱାନ ତଥା ପ୍ରୟୋଜନା ଫଳରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ କରାଗଲା। ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ଗୋଟିଏ ଦିନ ଉତ୍ସର୍ଗ କରାଗଲା।

Comments are closed.