www.samajalive.in
Sunday, December 7, 2025
26.1 C
Bhubaneswar

ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଚକ୍‌ମା ଦେଲେ ମହିଳା

ଆଲ୍ଲାପୁଜା : କେରଳର ଆଲ୍ଲାପୁଜା ଜିଲା ଅନ୍ତର୍ଗତ କୁଟ୍ଟାନଡ଼ ଗ୍ରାମର ଜଣେ ମହିଳା ସେସି ଜାଭିଅର ସମଗ୍ର ନ୍ୟାୟିକ ବ୍ୟବସ୍ଥାକୁ ଚକ୍‌ମା ଦେଇଥିବାର ଏକ ବିଚିତ୍ର ଖବର ସ୍ଥାନୀୟ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଛି। ସେସି ଆଇନ ଶିକ୍ଷାଲାଭ (ଏଲ୍‌ଏଲ୍‌ବି) ନ କରି କିମ୍ବା ରାଜ୍ୟର କୌଣସି ଆଇନଜୀବୀ ପରିଷଦର ସଦସ୍ୟତା ହାସଲ ନ କରି ସୁଦ୍ଧା ନ୍ୟାୟାଳୟରେ ଦୁଇ ବର୍ଷ କାଳ ଓକିଲାତି କରିଥିଲେ। କେବଳ ସେତିକି ନୁହେଁ; ବାର୍‌ କାଉନ୍‌ସିଲ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପାଠାଗାର ସମ୍ପାଦକ ଭାବେ ବିଜୟୀ ମଧ୍ୟ ହୋଇଥିଲେ। ଏହା ପୂର୍ବରୁ ଜଣେ ପ୍ରତିଷ୍ଠିତ ଆଇନଜୀବୀଙ୍କ ଅଧୀନରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ସେ ୨୦୧୯ରେ ଆଲ୍ଲାପୁଜା ଆଇନଜୀବୀ ପରିଷଦରେ ନାମ ପଞ୍ଜୀକରଣ କରିଥିବା କହିଥିଲେ। ସେସିଙ୍କର ଏଭଳି କାରବାର ବେଶୀ ଦିନ ଚାଲିପାରିଲା ନାହିଁ। ନିକଟରେ ଆଇନଜୀବୀ ପରିଷଦକୁ ଏକ ଅଜ୍ଞାତ ସୂତ୍ରରୁ ଖବର ମିଳିଥିଲା ଯେ ତାଙ୍କର ସବୁ କାରବାର ଜାଲ୍‌। ସେ ଜଣେ ନକଲି ଆଇନଜୀବୀ। ପରିଷଦ ଜିଲା ବିଚାରପତିଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେ ଅନ୍ୟଜଣଙ୍କ ପଞ୍ଜୀକରଣ ନମ୍ବରରେ ନିଜ ନାମ ଯୋଡ଼ି ଦେଇଥିବା ଜଣାପଡ଼ିବା ପରେ ଏ ନେଇ ସ୍ଥାନୀୟ ଥାନାରେ ଏତଲା ରୁଜୁ ହୋଇଥିଲା। ଏହି ଖବର ପାଇ ସେସି ଫେରାର ହୋଇଯାଇଥିଲେ; ତେବେ ଆଇନ ସହିତ ଅଧିକ ଖେଳିବା ଅନୁଚିତ ଭାବେ ସେ ଗୁରୁବାର ଅଦାଲତରେ ହାଜର ହୋଇ ଆତ୍ମସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ; କିନ୍ତୁ କିଛି ଘଣ୍ଟା ପରେ ସେ ପୁଣି ଫେରାର ହୋଇଯାଇଛନ୍ତି। ପୁଲିସ ଏବେ ତାଙ୍କୁ ଜାମିନବିହୀନ ପରୱାନା ଧରି ଖୋଜୁଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories