www.samajalive.in
Monday, December 15, 2025
14.1 C
Bhubaneswar

ମୁଦ୍ରାସ୍ଫୀତି ଓ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ପାଇଁ ବ୍ଲୁ ଡାର୍ଟ ପକ୍ଷରୁ ସେବାର ମୂଲ୍ୟ ବୃଦ୍ଧି ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ବିମାନ ଓ ସମନ୍ୱିତ ପରିବହନ ତଥା ଆବଣ୍ଟନକାରୀ ଏକ୍ସପ୍ରେସ ଲଜିଷ୍ଟିକ୍ସ କମ୍ପାନୀ ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ୨୦୨୨ ଜାନୁଆରୀ ୧ ତାରିଖରୁ ଏହାର ସାଧାରଣ ମୂଲ୍ୟବୃଦ୍ଧି ସମ୍ପର୍କରେ ଘୋଷଣା କରିଛି। ସାମଗ୍ରୀର ପ୍ରକାର ଉପରେ ନିର୍ଭର କରି ହାରାହାରି ପରିବହନ ମୂଲ୍ୟ ୨୦୨୧ ତୁଳନାରେ ୯.୬% ବୃଦ୍ଧି ଘଟିବ। ଏହି ଘୋଷଣା ସମ୍ପର୍କରେ ମତଦେଇ ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ କହିଛନ୍ତି, ଗତ ଦେଢବର୍ଷରୁ ଅଧିକ ସମୟ ଧରି ନବସୃଜନ, ପ୍ରଯୁକ୍ତିର ଉପଯୋଗ, ଆମ ବ୍ୟବସ୍ଥା ଏବଂ ଲୋକଶକ୍ତିର ଦକ୍ଷତା ବୃଦ୍ଧି ଆଦି ସମସ୍ତ କ୍ଷେତ୍ର ବ୍ଲୁ ଡାର୍ଟର ବ୍ରାଣ୍ଡ୍‍ ମଜଭୁତପଣିଆକୁ ପ୍ରଦର୍ଶିତ କରିଛି। ନିରବଚ୍ଚିନ୍ନ ଭାବରେ ଏହାର ବ୍ୟବସ୍ଥା ଓ ପଦ୍ଧତିର ଉନ୍ନତିସାଧନ ଏହା ସୁନିଶ୍ଚିତ କରିଛି ଯେ ସଂସ୍ଥା ସମସ୍ତ ପରିସ୍ଥିତିରେ ଏକ ପାଦ ଆଗରେ ରହିଛି, ଏପରିକି ଅପ୍ରତ୍ୟାଶିତ ସମୟରେ ମଧ୍ୟ ତାହା କରାଯାଇଛି। ସବୁ ସମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟି ପ୍ରଦାନର ଗ୍ୟାରେଣ୍ଟି ପ୍ରଦାନ କରିବାକୁ ସଂପ୍ରତି ସମ୍ମୁଖକୁ ଆସୁଥିବା ସମ୍ଭାବ୍ୟ ଆହ୍ୱାନଗୁଡିକର ସମାଧାନ କରିବା ଆମପାଇଁ ଆବଶ୍ୟକ ହେଉଛି। ବାର୍ଷିକ ମୂଲ୍ୟ ବୃଦ୍ଧି ମୁଖ୍ୟତଃ ମୁଦ୍ରାସ୍ଫୀତି ସମ୍ପର୍କିତ ଏବଂ ଏହା ଆମକୁ ସେବାର ମାନ ବଜାୟ ରଖିବା ଏବଂ ଖର୍ଚ୍ଚ ବୃଦ୍ଧି ପରିଚାଳନା କରିବା ଦିଗରେ ସମର୍ଥ କରାଉଛି। ସେହି ସମୟରେ ଆମେ ଆମର ପରିବେଶଗତ ଉପସ୍ଥିତିରେ ଉନ୍ନତି ଆଣିବା ଏବଂ ଏକ ଦୀର୍ଘସ୍ଥାୟୀ ପସନ୍ଦଯୋଗ୍ୟ ସେବା ଯୋଗାଣକାରୀ ଭାବରେ ଉଲ୍ଲେଖନୀୟ ଅବଦାନ ରଖିବାକୁ ପ୍ରୟାସ କରୁଛୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories