www.samajalive.in
Saturday, December 6, 2025
26.1 C
Bhubaneswar

ଶରୀର ପାଇଁ ଉପଯୋଗୀ ଅଦା ତେଲ !

ଅଦା ଆମ ଶରୀର ପାଇଁ ଅନେକ ଲାଭଦାୟକ ଏକଥା ସମସ୍ତ ଜାଣନ୍ତି । ଅଦାରେ ପୌଷ୍ଟିକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଥିବା ଆଣ୍ଟି-ବେକ୍ଟିରିୟଲ ଏବଂ ଆଣ୍ଟି-ଆକ୍ସିଡେଣ୍ଟ୍ ଗୁଣ ଥଣ୍ଡା ଓ କାଶ ଜନିତ ସମସ୍ୟାରୁ ଉପଶମ ଦେଇଥାଏ । ଶରୀର ସହ ତ୍ବଚା ଓ କେଶ ପାଇଁ ମଧ୍ୟ ଅଦା ଲାଭଦାୟକ । ଅଦା ବ୍ୟବହାର କରି ତ୍ବଚା ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରାଯାଇପାରିବ ।

କ’ଣ ଆପଣ ଜଣନ୍ତି ଅଦା ସହ ଅଦା ତେଲ ମଧ୍ୟ ତ୍ବଚା ଓ କେଶ ପାଇଁ ବହୁ ଉପକାରୀ । ସୁସ୍ଥ ଶରୀର ଓ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ସଠିକ୍ ରଖିବା ପାଇଁ ଅଦା ତେଲ ସେବନ କରାଯାଏ । ଅଦା ତେଲ କେଶକୁ ମଜଭୁଜ କରିବା ସହ ଧଳା ହେବାରୁ ରକ୍ଷା କରେ ।

- Advertisement -

ଶରୀର ବ୍ୟଥା କମ୍ କରିବାରେ ସାହାଯ୍ୟ କରେ: ମାଂସପେଶୀ ଓ ଆଣ୍ଠୁଗଣ୍ଠି ଜନିତ ରୋଗ ଦୂର କରିବାରେ ଅଦା ତେଲ ଅନେକ ମାତ୍ରାରେ ସାହାଯ୍ୟ କରେ । ଏହା ସହ ପାଦ ଓ ଆଣ୍ଠୁଗଣ୍ଠି ଫୁଲା ଆଦି ରୋଗ କମ୍ କରିବାରେ ସାହାଯ୍ୟ କରେ ।

ଶ୍ବାସଜନିତ ସମସ୍ୟା: ଶ୍ବାସଜନିତ ସମସ୍ୟା ଦୂର କରିବାରେ ଅଦା ତେଲ ଅନେକ ଲାଭ ଦେଇଥାଏ । ଗଳା ଓ ନାକ ବନ୍ଦ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଥଣ୍ଡା ଓ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଅଦା ତେଲ ବ୍ୟବହାର କରିପାରିବେ ।

ହଜମକ୍ରିୟା: ଅଦା ତେଲ ସେବନ କରିବା ଦ୍ବାରା ହଜମ ପ୍ରକ୍ରିୟା ସଠିକ୍ ରଖିଥାଏ । ଖାଦ୍ୟର ସ୍ବାଦ ବଢାଇବା ପାଇଁ ଅଦା ତେଲର ବ୍ୟବହାର କରାଯାଏ ।

ଶର୍କରା ମାତ୍ରା ନିୟନ୍ତ୍ରିତ ରଖେ: ଅଦା ରକ୍ତରେ ଶର୍କରା ମାତ୍ରାକୁ କମ୍ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟି-ଡାୟବେଟିକ୍ ତତ୍ତ୍ବ ରହିଥାଏ । ଯାହା ହୃଦଘାତ ଜନିତ ରୋଗକୁ ମଧ୍ୟ ଦୂର କରିଥାଏ ।

କଲେଷ୍ଟ୍ରୋଲ କମ୍ କରେ: ଅଦା ତେଲ ଶରୀର​‌ରେ କଲେଷ୍ଟ୍ରୋଲ ମାତ୍ରାକୁ କମ କରିବାରେ ସାହାଯ୍ୟ କରେ । ହୃଦଘାତ ଜନିତ ରୋଗକୁ ଦୂର କରିଥାଏ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories