ବାଲାକୋଟ ଆକ୍ରମଣ ପରେ ଅନୁପ୍ରବେଶ କମିଛି: କେନ୍ଦ୍ର

ନୂଆଦିଲ୍ଲୀ : ବାଲାକୋଟର ଆତଙ୍କବାଦ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସୀମାନ୍ତରେ ଅନୁପ୍ରବେଶ ବହୁମାତ୍ରାରେ ହ୍ରାସ ପାଇଛି ବୋଲି ସରକାର କହିଛନ୍ତି। ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ବାଲାକୋଟ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ସୀମାନ୍ତରେ ପାକିସ୍ତାନ ଆତଙ୍କବାଦୀଙ୍କ ଭାରତ ମଧ୍ୟକୁ ଅନୁପ୍ରବେଶ ୪୩% ହ୍ରାସ ପାଇଛି।

prayash

ମଙ୍ଗଳବାର ସଂସଦରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀର ଏକାଗ୍ର ଓ ସମନ୍ବିତ କାର୍ଯ୍ୟାନୁଷ୍ଠାନ କାରଣରୁ ୨୦୧୮ ତୁଳନାରେ ୨୦୧୯ର ପ୍ରଥମ ୬ମାସରେ ଜାମ୍ମୁ-କାଶ୍ମୀର ସ୍ଥିତିରେ ସୁଧାର ହୋଇଛି। ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ସରକାର ସୀମାପାର ଅନୁପ୍ରବେଶକୁ ଆଦୌ ବରଦାସ୍ତ କରିବେ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ସୀମାପାର ଅନୁପ୍ରବେଶ ରୋକିବା ଦିଗରେ ବହୁ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିକ୍ରମେ ଅନ୍ତର୍ଜାତୀୟ ସୀମା, ସୀମାନ୍ତବର୍ତ୍ତୀ ତାରବାଡ଼ ନିକଟରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯିବ। ଗୁଇନ୍ଦା ଓ ପାରସ୍ପରିକ ଯୋଗାଯୋଗରେ ଉନ୍ନତି କରାଯିବା ସହ ସୁରକ୍ଷାବାହିନୀକୁ ଅଧିକ ସରଞ୍ଜାମ ଯୋଗାଇ ଦିଆଯିବ।
ଉଲ୍ଲେଖ ଯେ ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ​‌(ଜେଇଏମ)ର ଆତଙ୍କବାଦୀ ସିଆରପିଏଫ ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ଜବାବରେ ଭାରତ ଫେବୃଆରୀ ​‌େ​‌ଶଷ ଆଡକୁ ବାଲାକୋଟ ଆକ୍ରମଣ କରିଥିଲା। ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ଏହାର ସାମରିକ ପ୍ରତିଷ୍ଠାନଗୁଡିକୁ ମଜଭୁତ କରୁଛି। ଭବିଷ୍ୟତରେ ଭାରତପଟୁ ଆକ୍ରମଣ ଆଶଙ୍କା କରି ଏହା ସୀମାନ୍ତବର୍ତ୍ତୀ ତାରବାଡ ଉପରେ କଡ଼ା ନଜର ରଖିଛି।

kalyan agarbati

Comments are closed.