ପୂର୍ବାଞ୍ଚଳ ଆନ୍ତଃଜୋନ ବିଶ୍ବବିଦ୍ୟାଳୟ ଟେନିସ: କିଟ୍‌ ଚମ୍ପିଆନ୍‌

ଭୁବନେଶ୍ବର : ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ରାୟପୁରର ପି.ଟି ରବି ଶୁଳ୍କା ବିଶ୍ବବିଦ୍ୟାଳୟରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃଜୋନ ବିଶ୍ବବିଦ୍ୟାଳୟ ଟେନିସର ପୁରୁଷ ଓ ମହିଳା ବର୍ଗ ଫାଇନାଲରେ କିଟ୍‌ ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ଶୁକ୍ରବାର ପୁରୁଷ ବର୍ଗ ଫାଇନାଲରେ କିଟ୍‌ ଦଳ ୨-୦ ସେଟ୍‌ରେ ଯାଦବପୁର ବିଶ୍ବବିଦ୍ୟାଳୟ କଲକାତାକୁ ଓ ମହିଳା ବର୍ଗରେ କିଟ୍‌ ୨-୦ ସେଟ୍‌ରେ ପି.ଟି ରବି ଶୁଳ୍କା ବିଶ୍ବବିଦ୍ୟାଳୟ ରାୟପୁରକୁ ପରାସ୍ତ କରି ବିଜେତା ହୋଇଛନ୍ତି। ଏଥି ସହିତ କିଟ୍‌ ବିଶ୍ବବିଦ୍ୟାଳୟ ପୁରୁଷ ଓ ମହିଳା ଦଳ ଡିସେମ୍ବର ୧ରୁ ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଓ ୨୦୨୪ ଜାନୁଆରୀ ୩ରୁ ୬ ପର୍ଯ୍ୟନ୍ତ ଜୟପୁରର ମଣିପାଲ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ଟେନିସ ଲାଗି ଯୋଗ୍ୟତା ହାସଲ କରିଛି।

prayash

କିଟ୍‌ ପୁରୁଷ ଦଳ ପକ୍ଷରୁ କବୀର ହନ୍ସ, ଅଥର୍ବ ଶର୍ମା, ଅଂଶୁମାନ ସିଂହ, ପ୍ରତ୍ୟୁଷ ମହାନ୍ତି, ଆଶିଷ କୁମାର ପରିଡା ରହିଥିବାବେଳେ ମହିଳା ଦଳ ପକ୍ଷରୁ ଋତୁପର୍ଣ୍ଣା ଚୌଧୁରୀ, ଅଭିଳାଷା ବିସ୍ତା, ରିୟା ମର୍ଦ୍ଧରାଜ, ଅର୍କିତି ରହିଥିବା ବେଳେ ଅନାମୁଲ ହକ୍‌ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ବିଜେତା କିଟ୍‌ ପୁରୁଷ ଓ ମହିଳା ଟେନିସ ଦଳକୁ କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଆବଶ୍ୟକ ପ୍ରୋତ୍ସାହନ ମିଳୁଥିବାରୁ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଖେଳାଳିମା​‌େ​‌ନ କୃତଜ୍ଞତା ଜଣାଇଛନ୍ତି।

Comments are closed.