www.samajalive.in
Monday, December 15, 2025
27.1 C
Bhubaneswar

ବୃତ୍ତିଗତ ଶିକ୍ଷାରେ କୌଶଳ ବିକାଶ ଅପରିହାର୍ଯ୍ୟ

ଭୁବନେଶ୍ୱର: ଶ୍ରେଣୀଗୃହ ଶିକ୍ଷା ସହ ଅନୁଭୁତି ଓ ଅନୁଭବରୁ ମିଳୁଥିବା ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ପାଠ୍ୟପୁସ୍ତକ ନ ପଢ଼ି ଆଗ୍ରହ ଥିବା ବିଷୟବସ୍ତୁ ଉପରେ ଆଧାରିତ ପୁସ୍ତକ ଯଥା ଗଳ୍ପ, ଉପନ୍ୟାସ, ପତ୍ରପତ୍ରିକା, ଖବରକାଗଜ ଇତ୍ୟାଦି ପଢ଼ିବା ଉଚିତ ବୋଲି ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ଇନଷ୍ଟିଚ୍ୟୁଟ୍ ଅଫ ମିଡିଆ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ୨୦୨୩-୨୪ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ସାମ୍ବାଦିକତାରେ ନୈତିକ ମୂଲ୍ୟବୋଧର ଅଭାବ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଭୟ ଓ ପ୍ରଲୋଭନ ଠାରୁ ଦୂରେଇ ରହି ସମ୍ବେଦନଶୀଳତା ସହ ସାମ୍ବାଦିକତା କରିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର କହିଥିଲେ ଯେ ଅତୀତ ଓ ବର୍ତ୍ତମାନର ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି। ଏବେ ଭଲ ଦରମା ମିଳୁଥିଲେ ବି ଦକ୍ଷ ସାମ୍ବାଦିକମାନଙ୍କର ଅଭାବ ରହିଛି। ଦକ୍ଷତା ବୃଦ୍ଧି ନିମନ୍ତେ ନିରନ୍ତର ଅଭ୍ୟାସ ଏକାନ୍ତ ଆବଶ୍ୟକ। ନିଜର ସୃଜନଶୀଳତା ଜ୍ଞାନକୌଶଳକୁ ପ୍ରୟୋଗ କରି ସ୍ୱତନ୍ତ୍ର ଭାବରେ ଉପସ୍ଥାପନ କରିବାର ଦକ୍ଷତା ବ୍ୟକ୍ତିକୁ ସମାଜରେ ପ୍ରତିଷ୍ଠିତ କରାଇଥାଏ ବୋଲି ସେ କହିଥିଲେ ।

ସେହିପରି ବକୁଳ ଫାଉଣ୍ଡେସନର ସମ୍ପାଦକ ସୁଜିତ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ନିଜର ରୁଚି ଅନୁଯାୟୀ ବୃତ୍ତି ଆପଣେଇବା ସହ ସେ କ୍ଷେତ୍ର ଅନୁଯାୟୀ ଦକ୍ଷତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ। ଜ୍ଞାନ ଏବଂ ବୌଦ୍ଧିକ ବିକାଶ ପାଇଁ ପାଠ୍ୟ ପୁସ୍ତିକା ସହ ଗବେଷଣାତ୍ମକ ସନ୍ଦର୍ଭ ମଧ୍ୟ ପଢ଼ିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକତା ଓ ଗଣ ଯୋଗାଯୋଗର ମୁଖ୍ୟ ମନୋରଞ୍ଜନ ପଣ୍ଡା ଏହି ସଭାକୁ ପରିଚାଳନା କରିଥିଲେ ଏବଂ ସମାଜସେବା ବିଭାଗର ମୁଖ୍ୟ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories