ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ଆରମ୍ଭ

କଲମପୁର : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି କାମ ଆରମ୍ଭ ହୋଇଛି । ସୋମବାର ଭୋରରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଆର.ଡି ୩୯.୮୦୦ କି.ମି ପାଖରେ  ଭାଙ୍ଗିଯାଇଥିଲା । ପାଣି ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ମଙ୍ଗଳପୁର ହାତୀ ବ୍ୟାରେଜର ଜଳ ସେଚନ ବନ୍ଦ କରାଯିବା ସହ ପୋଟେସ ୩୧ ଫାଟକ, ବନ୍ଧକନା ନିକଟସ୍ଥ ଫାଟକ ବନ୍ଦ କରି ଦିଆଯାଇଥିଲା । ଜଳସ୍ତର ନିୟନ୍ତ୍ରଣ ପାଇଁ ପୋଟେସ ୩୧ ନିକଟରେ ଥିବା ଏସକେପ ଫାଟକକୁ ଖୋଲି ଦେଇ ଲିଟିଜୋର ମାଧ୍ୟମରେ ଜଳ ନିଷ୍କାସନ କରାଯାଇଥିଲା । ଜଳସ୍ତର ନିୟନ୍ତ୍ରଣ ହେବା ପରେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।

ମଙ୍ଗଳବାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଜଗନ୍ନାଥ ପାଣି, ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜକୁମାର ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଣୟ କୁମାର ପ୍ରଧାନ, ଇଂ ନେଲସନ ତାଡିଙ୍ଗି ଏବଂ ସହକାରୀ ଯନ୍ତ୍ରୀ ଇଂ ଶ୍ୟାମ ଶୁନ୍ଦର ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହି ମରାମତି କାର୍ଯ୍ୟ ତଦାରଖ କରିଛନ୍ତି । ·ଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତ ଯନ୍ତ୍ରୀ ଦିନ ତମାମ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି  ତୁରନ୍ତ ଜଳ ସେଚନ ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହାସହ ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଡି.ଡି. ବିଲ୍ଡର୍ସ କମ୍ପାନୀ ନିୟୋଜିତ ହେଇଛି । ଅନ୍ୟପଟେ ତହସିଲଦାର ସ୍ମରଣୀକା ତୁଳଙ୍କ ନିର୍ଦ୍ଦେଶରେ କଲମପୁର ରାଜସ୍ୱ ନିରୀକ୍ଷକ ନିଜ ଦଳ ସହ ସମସ୍ତ କ୍ଷୟ କ୍ଷତି ଆକଳନ କରିଛନ୍ତି ।

Comments are closed.