ତୃତୀୟ ଥର ଲାଗି ଇନ୍ଦୋର ସବୁଠୁ ସ୍ୱଚ୍ଛ ସହର

0

ନୂଆଦିଲ୍ଲୀ: ଇନ୍ଦୋର କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ସବୁଠୁ ସ୍ୱଚ୍ଛ ସହର ପୁରସ୍କାର ଲାଭ କରିଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଅନୁସାରେ ଏହି ପୁରସ୍କାର ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ ପୌରପରିଷଦ ଅଞ୍ଚଳ ସବୁଠୁ ସ୍ୱଚ୍ଛ କ୍ଷୁଦ୍ର ସହର ପୁରସ୍କାର ଲାଭ କରିଥିବା ବେଳେ ଉତ୍ତରାଖଣ୍ଡର ଗୌଚର ସର୍ବେକ୍ଷଣରେ ସର୍ବଶ୍ରେଷ୍ଠ ଗଙ୍ଗା ସହର ପୁରସ୍କାର ଲାଭ କରିଛି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିମଳ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ଅଗ୍ରଗତି ହାସଲ କରିଛି। ସେ କହିଛନ୍ତି, ଇନ୍ଦୋର ଅନ୍ୟ ସହରଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ହୋଇଛି। ସେ କହିଛନ୍ତି, ସ୍ୱଚ୍ଛତା ଦେଶର ପ୍ରତ୍ୟେକ ନାଗରିକଙ୍କର ଆଚରଣର ଏକ ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ୍‍। ଏହା ହେଲେ ସ୍ୱଚ୍ଛତାକୁ ଚିରଦିନ ବଳବତ୍ତର ରଖାଯାଇ ପାରିବ।

Leave A Reply