ମାର୍ଚ୍ଚ ୭ରେ ପାଳିତ ହେବ ଜନୌଷଧି ଦିବସ

ନୂଆଦିଲ୍ଲୀ: ମାର୍ଚ୍ଚ ୭ରେ ଦେଶରେ ଜନୌଷଧି ଦିବସ ପାଳନ କରାଯିବ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍ସୁଖ ମାଣ୍ଡବୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ସେ କହିଛନ୍ତି, ଦେଶର ୬୫୦ଟି ଜିଲ୍ଲାରେ ୫ ହଜାରରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର କାର୍ଯ୍ୟ କରୁଛି। ସେହି କେନ୍ଦ୍ରଗୁଡ଼ିକରୁ ଶସ୍ତା ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଇ ଦିଆଯାଉଛି। ସେ କହିଛନ୍ତି, ୨୦୨୦ ସୁଦ୍ଧା ବ୍ଳକ୍ ସ୍ତରରେ ଜନୌଷଧି କେନ୍ଦ୍ରମାନ ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରତିଦିନ ୧୦ରୁ ୧୫ ଲକ୍ଷ ଲୋକ ଜନୌଷଧି କେନ୍ଦ୍ରଗୁଡ଼ିକରୁ ଔଷଧପତ୍ର ନେଉଛନ୍ତି।