www.samajalive.in
Monday, December 15, 2025
17.1 C
Bhubaneswar

ଆଫ୍‍ଗାନିସ୍ତାନର ଏକ ନିର୍ମାଣ କମ୍ପାନୀ ଉପରେ ଆତଙ୍କବାଦୀ ଆକ୍ରମଣ – ୧୮ ମୃତ

ନୂଆଦିଲ୍ଲୀ: ଆଫ୍‍ଗାନିସ୍ତାନର ପୂର୍ବାଞ୍ଚଳ ଜଲାଲାବାଦ୍‍ର ଏକ ନିର୍ମାଣ କମ୍ପାନୀ ଉପରେ ଆତଙ୍କବାଦୀ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ନଙ୍ଗରହର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତ୍ତାଉଲ୍ଲାହ ଖୋଜ୍ଞାନୀ କହିଛନ୍ତି, ଜଣେ ଆତଙ୍କବାଦୀ କମ୍ପାନୀ ପ୍ରବେଶଦ୍ୱାରରେ ଆତ୍ମଘାତି ବିସ୍ଫୋରଣ କରିଥିଲେ ଏବଂ ଅନ୍ୟ ୪ଜଣ ଆତଙ୍କବାଦୀ କମ୍ପାନୀ ଭିତରକୁ ପ୍ରବେଶ କରି ଆଖିବୁଜା ଗୁଳି ଚଳେଇଥିଲେ। ଆଫ୍‍ଗାନ ସୁରକ୍ଷା କର୍ମୀ ସମସ୍ତ ୫ଜଣ ସନ୍ତ୍ରାସବାଦୀକୁ ଗୁଳି କରି ହତ୍ୟା କରିଥିଲେ। ଏ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆମେରୀକୀୟ ସୁରକ୍ଷା ବଳ ଘଟଣା ସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories