www.samajalive.in
Monday, December 15, 2025
14.1 C
Bhubaneswar

ଟୋକିଓରେ ଭାରତ ଟେକ

ନୂଆଦିଲ୍ଲୀ  : ଅଲିମ୍ପିକ୍‌ସ ଇତିହାସରେ ଅଦ୍ୟାବଧି ଟୋକିଓ ଅଲିମ୍ପିକ୍‌ସ ସଫଳତମ ଅଲିମ୍ପିକ୍‌ସ ପ୍ରମାଣିତ ହୋଇଛି। ଫଳରେ ଦିନକୁ ଦିନ ଭାରତୀୟ କ୍ରୀଡ଼ାର ଉନ୍ନତି ଘଟିଚାଲିଛି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ସରକାର ଓ ବେସରକାରୀ ଅନୁଷ୍ଠାନମାନଙ୍କ ସହାୟତା ଓ ପ୍ରୋତ୍ସାହନରେ ଭାରତୀୟ କ୍ରୀଡ଼ାବିତ୍‌ ଉଚ୍ଚ ଧରଣର ତାଲିମ ଓ ସୁବିଧା ସୁଯୋଗ ପାଇ ଟୋକିଓ ଅଲିମ୍ପିକ୍‌ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍‌ସଏହା ପୂର୍ବରୁ ଭାରତୀୟ ଇତିହାସରେ ସଫଳତମ ଅଲିମ୍ପିକ୍‌ସ ଥିଲା। ହେଲେ ଟୋକିଓରେ ଭାରତୀୟ କ୍ରୀଡ଼ାବିତ୍‌ ନୂଆ ଇତିହାସ ରଚିଛନ୍ତି। ଲଣ୍ଡନ ଅଲିମ୍ପିକ୍‌ସରେ ଭାରତ ୨ଟି ରୌପ୍ୟ ସହ ମୋଟ ୬ଟି ପଦକ ଜିତିଥିବା ବେଳେ ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ଜିତି ନୂତନ ଇତିହାସ ସୃଷ୍ଟିକରିଛି। ପୁଣି ଆଉ କିଛି ସମ୍ଭାବ୍ୟ ପଦକ ବିଜେତା ବିଫଳ ହୋଇ ନ ଥିଲେ ଭାରତ ଏଥର ନିଶ୍ଚୟ ପଦକ ସଂଖାରେ ୨ ଅଙ୍କ ସଂଖ୍ୟା ପାର କରିଥାଆନ୍ତା। ବିଶେଷକରି ତୀରନ୍ଦାଜ ଓ ବନ୍ଧୁକ ଚାଳନା (ସୁଟିଂ)ରେ ଭାରତ ଏକାଧିକ ପଦକ ଆଶା କରୁଥିବା ବେଳେ ଏହି ୨ଟି ଖେଳର କ୍ରୀଡ଼ାବିତ୍‌ ଦଳକୁ ନିରାଶ କରିଛନ୍ତି।
ଲଣ୍ଡନ୍ ଅଲିମ୍ପିକ୍‌ସ ବନ୍ଧୁକ ଚାଳନାରେ ବିଜୟ କୁମାର ଓ କୁସ୍ତିରେ ସୁଶୀଲ କୁମାର ରୌପ୍ୟ ପଦକ ଜିତିଥିଲେ। କୁସ୍ତିରେ ଯୋଗେଶ୍ବର ଦତ୍ତ, ମୁଷ୍ଟିଯୁଦ୍ଧ (ବକ୍ସିଂ)ରେ ଏମ୍‌.ସି. ମେରି କମ୍, ସୁଟିଂରେ ଗଗନ ନାରଙ୍ଗ ଓ ବ୍ୟାଡ୍‌ମିଣ୍ଟନରେ ସାଇନା ନେହୱାଲ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍‌ସରେ ଭାରତର ନୀରଜ ଚୋପ୍ରା ଜାଭେଲିନ୍‌ରେ ଐତିହାସିକ ସ୍ବର୍ଣ୍ଣପଦକ ଜିତିଥିବା ବେଳେ ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ କୁସ୍ତିରେ ରବିକୁମାର ଦହିୟା ରୌପ୍ୟପଦକ ଜିତିଥିଲେ। ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ପଦକ(କାଂସ୍ୟ) ଜିତିଥିଲା। ମୁଷ୍ଟିଯୁଦ୍ଧରେ ଲଭ୍‌ଲିନା ବର୍ଗୋହେନ୍, ବ୍ୟାଡ୍‌ମିଣ୍ଟନରେ ପି.ଭି. ସିନ୍ଧୁ ଓ କୁସ୍ତିରେ ବଜରଙ୍କ ପୁନିଆ କାଂସ୍ୟ ପଦକ ଜିତି ପାରିଥିଲେ। ଭାରତୀୟ ମହିଳା ଦଳ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଅଳ୍ପ​‌େ​‌କ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା। ସେହିପରି ମହିଳା ଗଲ୍‌ଫର ଅଦିତି ଅଶୋକ ମଧ୍ୟ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। କୁସ୍ତିରେ ଦୀପକ ପୁନିଆ କାଂସ୍ୟ ପଦକ ମୁକାବିଲାରେ ଅଳ୍ପକେ ପରାସ୍ତ ହୋଇ ଯାଇଥିଲେ। ମହିଳା ଡିସ୍‌କସ୍ ଥ୍ରୋ’ରେ ଭାରତର କମଲପ୍ରୀତ ସିଂହ ଫାଇନାଲରେ ପହଞ୍ଚି ୬ଷ୍ଠ ସ୍ଥାନରେ ରହିଥିଲେ। ତୀରନ୍ଦାଜରେ ଦୀପିକା କୁମାରୀ ଓ ଅତନୁ ଦାସ ପଦକ ଜିତି ପାରିନଥିଲେ। ତଥାପି ଟୋକିଓ ଅଲିମ୍ପିକ୍‌ସ ଭାରତୀୟ କ୍ରୀଡ଼ା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories