www.samajalive.in
Monday, December 15, 2025
16.1 C
Bhubaneswar

୫-ଟିରେ ଯୋଡ଼ି ହେଲା ଶକ୍ତି ବିଭାଗ ; ଅନଲାଇନରେ ମିଳିବ ୯ଟି ସେବା

ଭୁବନେଶ୍ୱର : ଦୀର୍ଘଦିନ ପରେ ଶକ୍ତିବିଭାଗ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛି। ବିଭିନ୍ନ କାର୍ଯ୍ୟରେ କିଭଳି ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ରହିବ ଏବଂ ନିର୍ଦିଷ୍ଟ ସମୟ ମଧ୍ୟରେ ଜନସାଧାରଣଙ୍କୁ ସେବା ମିଳିବ ତାହା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ। ଏହାକୁ ଦୃଷ୍ଟିରେ ରଖି ଶକ୍ତିବିଭାଗ ପକ୍ଷରୁ ୯ଟି ସେବାକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣ (ଅନଲାଇନ)ରେ ସାମିଲ କରାଯାଇଛି। ଏହି ସେବା ଲୋକଙ୍କ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଲାଘବ କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗର ବିବିଧ ଅନଲାଇନ ସେବାକୁ ଲୋକାର୍ପଣ କରି କହିଛନ୍ତି।
ଶୁକ୍ରବାର ଶକ୍ତିବିଭାଗର ଅନଲାଇନ ସେବାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଣିକି ଅନଲାଇନ ଜରିଆରେ ବୈଦ୍ୟୁତିକ କାର୍ଯ୍ୟଗୁଡ଼ିକର ଅନୁମୋଦନ ଅଙ୍କନ, ବୈଦ୍ୟୁତିକ କାର୍ଯ୍ୟର ସାଧାରଣ ଯାଞ୍ଚ, ଜରୁରୀକାଳୀନ ଯାଞ୍ଚ ଓ ତଥ୍ୟ ପ୍ରଦାନ, ବୈଦ୍ୟୁତିକ ଉପକରଣ ପରୀକ୍ଷଣ ଓ କ୍ରମାଙ୍କନ କରିବା, କର୍ମଜୀବୀ ଅନୁମତି, ସୁପରଭାଇଜର ଲାଇସେନ୍ସ, ନିର୍ଦିଷ୍ଟ ପ୍ରକଳ୍ପ ପାଇଁ ଅସ୍ଥାୟୀ ଲାଇସେନ୍ସ, ବୈଦ୍ୟୁତିକ ନିରାପତ୍ତା ସୁରକ୍ଷା ଇଞ୍ଜିନିୟର ପ୍ରମାଣପତ୍ର ସେବା ମିଳିପାରିବ। ହିତାଧିକାରୀଙ୍କ ସୁବିଧାକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ଜୀବନର ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସେବା ରାଜ୍ୟର କୁଶଳୀ ବୈଦ୍ୟୁତିକ କର୍ମଜୀବୀଙ୍କ ବ୍ୟତୀତ ଶିଳ୍ପ,ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଭଦାୟକ ହେବ। ୫-ଟି ଅଧୀନରେ ଡିଜିଟାଲ ପରିବର୍ତ୍ତନ ଦ୍ୱାରା ରାଜ୍ୟବାସୀଙ୍କୁ ହାତପାଆନ୍ତାରେ ସମସ୍ତ ସୁବିଧା ମିଳିପାରିବ। ଏହି ନୂଆ ଅନଲାଇନ ପ୍ଲାଟଫର୍ମ ଦ୍ୱାରା ବୈଦ୍ୟୁତିକ କର୍ମଚାରୀ, ସୁପରଭାଇଜର ଓ ଠିକାଦାର ସହଜରେ ସେମାନଙ୍କ ଲାଇସେନ୍ସର ଅନୁୁମୋଦନ ଓ ନବୀକରଣ କରିପାରିବେ। ଇ-ସାର୍ଟିଫିକେଟ, ବୈଦ୍ୟୁତିକ ଲାଇସେନ୍ସ, ନିରାପତ୍ତା ଯାଞ୍ଚ ଓ ପରୀକ୍ଷଣକୁ ଅନଲାଇନ ସେବା ଉପଲବ୍ଧ କରିବା ଦ୍ୱାରା ଶକ୍ତି ବିଭାଗର କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହକିକୁ ପ୍ରୋତ୍ସାହନ, ମହାମାରୀ ସମୟରେ ଅମ୍ଳଜାନ ଯୋଗାଣ, ପୁରୀରେ ବିଶୁଦ୍ଧ ଜଳ ଯୋଗାଣ, ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଆଜି ଲୋକାର୍ପିତ ହୋଇଥିବା ସେବାଗୁଡ଼ିକୁ ଇ-ଜିଲା ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି ଏବଂ ଇଡିଷ୍ଟ୍ରିକ୍ଟ.ଓଡ଼ିଶା.ଗଭ.ଇନ ଏବଂ ଇଆଇସିଇଲେକ୍ଟ୍ରିସିଟିଓଡ଼ିଶା. ଏନଆଇସି.ଇନରେ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶକ୍ତିବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା ପ୍ରମୁଖ ସାମିଲ ଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories