ଏଚ-୧ବି ଭିଜା ପାଇଁ ଆମେରିକାର ନୂଆ ପ୍ରୟାସ

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଭାରତୀୟଙ୍କୁ ବେଶ୍‌ ସୁହାଇଛି। ଏହି ଗସ୍ତ ସମୟରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନିମନ୍ତେ ଅନେକ ତ୍ବରିତ ପଦକ୍ଷେପ ନେଇ ଆଲୋଚନା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଏଚ-୧ବି ଭିଜା ଉପରେ କେତେକ ଭାରତୀୟ ଏବଂ ଅନ୍ୟ ବିଦେଶୀ ଶ୍ରମିକମାନେ ବିଦେଶ ଯାତ୍ରା ନ କରି ଆମେରିକାରେ ସେହି ଭିଜାକୁ ନବୀକରଣ କରିବାକୁ ଯୋଜନା କରାଯାଇଛି। ଆଗାମୀ ବର୍ଷରେ ଏହା କାର୍ଯ୍ୟ ଆରମ୍ଭ ହୋଇପାରେ। ୭୩ ପ୍ରତିଶତ ଏଚ-୧ବି କର୍ମଚାରୀ ହେଉଛନ୍ତି ଭାରତୀୟ ନାଗରିକ। ଭାରତୀୟ ନାଗରିକମାନେ ଆମେରିକାର ଏଚ-୧ବି କାର୍ଯ୍ୟକ୍ରମର ସର୍ବାଧିକ ସକ୍ରିୟ ଉପଭୋକ୍ତା। ଏହା ହେବା ଦ୍ବାରା ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି।

Comments are closed.