ବାଂଲାଦେଶ ଗସ୍ତ ପାଇଁ ଦିନିିକିଆ , ଟେଷ୍ଟ ଦଳ ଘୋଷିତ
ଜାଡ଼େଜା ଫେରିଲେ
ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଜାତୀୟ ବରିଷ୍ଠ ମନୋନୟନକାରୀ ଗୋଟିଏ ଦିନରେ ୪ଟି ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳ ସହ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦିନିକିଆ ଓ ଟେଷ୍ଟମ୍ୟାଚ୍ ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳ ଡିସେମ୍ବରରେ ବାଂଲାଦେଶ ଗସ୍ତରେ ପ୍ରଥମେ ୩ଟି ଦିନିକିଆ ଓ ୨ଟି ଟେଷ୍ଟମ୍ୟାଚ୍ ଖେଳିବ। ଏହି ଗସ୍ତ ପାଇଁ ସୋମବାର ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଆଣ୍ଠୁ ଅେସ୍ତ୍ରାପଚାର ପରେ ରବୀନ୍ଦ୍ର ଜାଡ଼େଜା ପ୍ରଥମ ଥର ଉଭୟ ଦଳକୁ ଫେରିଛନ୍ତି। ହେେଲ ପିଠି ଆଘାତ ଯୋଗୁଁ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ ସହ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିଥିବା ଫାଷ୍ଟବୋଲର ଯଶପ୍ରୀତ ବୁମ୍ରାଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳା ଏବଂ ଇଂଲଣ୍ଡ ବିପକ୍ଷ ୫ମ େଟଷ୍ଟରୁ ବାଦ୍ ପଡ଼ିଥିବା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ପୁଣି ଟେଷ୍ଟ ଦଳରୁ ହନୁମା ବିହାରୀ ମଧ୍ୟ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରୁ ବିଶ୍ରାମ ପରେ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍. ରାହୁଲ ଓ ମହମ୍ମଦ ସାମିଙ୍କୁ ଉଭୟ ଦଳରେ ସ୍ଥାନ ଦିଆଯାଇଛି। ୟଶ ଦୟାଲ ନୂଆ ମୁହଁ ଭାବେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଦିନିକିଆ ଦଳରେ ଦୁଇ ସଫଳ ଆଇପିଏଲ୍ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ ଓ ରଜତ ପଟିଦାର ସ୍ଥାନ ପାଇଛନ୍ତି। ବାଂଲାଦେଶ ଗସ୍ତରେ ଭାରତ ଡିସେମ୍ବର ୪, ୭ ଓ ୧୦ରେ ୩ଟି ଦିନିକିଆ ଏବଂ ଡିସେମ୍ବର ୧୪ରୁ ୧୮ ଚଟ୍ଟଗ୍ରାମ୍ରେ ପ୍ରଥମ ଏବଂ ୨୨ରୁ ୨୬ ପର୍ଯ୍ୟନ୍ତ ମୀରପୁରରେ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟାସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ୍ (ୱିକେଟ ରକ୍ଷକ), ଈଶାନ୍ କିଷନ୍ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ସାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଓ ୟଶ ଦୟାଲ।
ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଶୁବ୍ମାନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, ଋଷଭ ପନ୍ତ୍ (ୱିକେଟ ରକ୍ଷକ), କେ.ଏସ୍. ଭାରତ (ୱିକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ସାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ୍ ଓ ଉମେଶ ଯାଦବ।
Comments are closed.