ଦକ୍ଷୀଣ ଏସୀୟ କ୍ରୀଡା : ଭଲିବଲ୍ ସେମିଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଦଳ
କାଠମାଣ୍ଡୁ : ଭାରତୀୟ ପୁରୁଷ ଓ ମହିଳା ଭଲିବଲ ଦଳ ତ୍ରୟୋଦଶ ଦକ୍ଷୀଣ ଏସୀୟ କ୍ରୀଡାର ସେମିଫାଇନାଲରେ ପ୍ରବେଶ କରିିଛନ୍ତି।
ଗ୍ରୁପ ‘ଏ’ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ଭଲିବଲ ଦଳ ଆୟୋଜକ ନେପାଳକୁ ୨୫-୧୫,୨୫-୧୩ ଏବଂ ୨୫-୧୬ ସିଧାସଳଖ ସେଟରେ ପରାସ୍ତ କରିଛି । ଗ୍ରୁପ ‘ବି’ର ରନର୍ସ ଅପ ଦଳକୁ ଭାରତ ଆସନ୍ତାକାଲି ସେବିଫାଇନାଲରେ ଭେଟିବ।
ପୂର୍ବରୁ ଭାରତୀୟ ମହିଳା ଦଳ ବାଂଲାଦେଶକୁ ଗ୍ରୁପ ‘ଏ’ର ଶେଷ ମ୍ୟାଚରେ ୨୫-୮,୨୫-୧୧ ଓ ୨୫-୯ ସେଟରେ ପରାସ୍ତ କରିଥିଲେ। ସଂମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ।
Comments are closed.