www.samajalive.in
Sunday, November 16, 2025
15.1 C
Bhubaneswar

ଇଣ୍ଡିଆନ ଆଇଡ଼ଲ : ୧୦ ବର୍ଷ ପୂର୍ବେ ପ୍ରତିଯୋଗୀ ଏବେ ବିଚାରକ

ଇଣ୍ଡିଆନ ଆଇଡ଼ଲର ୧୦ମ ସିଜିନ୍‍ ଆରମ୍ଭ ହୋଇଯାଇଛି। ଏହି ଶୋ’ରେ ଅନୁ ମଲିକ, ବିଶାଲ ଦଦଲାନୀ ଓ ନେହା କକର୍‍ ବିଚାରକ ଭାବେ ଭାର ବହନ କରିଛନ୍ତି। ଏହି ଶୋ’ ସହିତ ନେହା କକର୍‍ଙ୍କର ଏକ ଅତୁଟ ସମ୍ପର୍କ ରହିଛି। ସେ ସାମାଜିକ ଗଣମାଧ୍ୟମରେ ଏହି ଶୋ’ ସହ ଥିବା ସମ୍ପର୍କ ଓ ତାଙ୍କ ସଙ୍ଗୀତ ଜୀବନର ସଂଘର୍ଷ ବିଷୟରେ ଦର୍ଶକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ୧୦ ବର୍ଷ ପୂର୍ବେ ସେ ଏହି ଶୋ’କୁ ଜଣେ ପ୍ରତିଯୋଗୀ ହୋଇ ଆସିଥିଲେ। ଏହାପରେ ଦୀର୍ଘ ୧୦ ବର୍ଷର ସଂଘର୍ଷ ପରେ ସେ ଆଜି ଜଣେ ପ୍ରତିଷ୍ଠିତ ଗାୟିକା ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସେ ଭିଡ଼ର ଏକ ଅଂଶ ଥିଲେ, ହେଲେ ଆଜି ସେ ଯେଉଁଠି ଠିଆ ହେଉଛନ୍ତି ସେଠାରେ ଭିଡ଼ ଜମୁଛି। ସବୁ ଦର୍ଶକଙ୍କ ମନରେ ସେ ଏକ ଅଜଣା ସମ୍ପର୍କ ତିଆରି କରି ପାରିଛନ୍ତି। ନେହା କହିଛନ୍ତି, “ଜଣେ ପ୍ରତିଯୋଗୀ ଭାବେ ଏହି ଶୋ’ରେ ମୁଁ ମୋର କ୍ୟାରିୟର ଆରମ୍ଭ କରିଥିଲି ଓ ଆଜି ସେହି ଶୋ’ରେ ବିଚାରକ ଆସନରେ ଅବତ୍ତିର୍ଣ୍ଣ। ଜୀବନ ଏକ ଚକ ପରି ବୁଲିବୁଲି ଆସି ସେହିଠାରେ ପହଞ୍ଚିଯାଇଛି, ଯେଉଁଠାରୁ ଆରମ୍ଭ ହୋଇଥିଲା। ମୁଁ ଏଥିପାଇଁ ଏହି ଶୋ’ରେ ବିଚାରକର ଭାର ତୁଲାଇବାକୁ ରାଜି ହୋଇଥିଲି, କାରଣ ଏକ ଶୋ’ରେ ଜଣେ ପ୍ରତିଯୋଗୀ ଭାବେ ସାମିଲ ହେବା ପରେ ସେହି ଶୋ’ର ବିଚାରପତି ଭାବେ କାର୍ଯ୍ୟ ତୁଲାଇବା ମୋ ପାଇଁ ନିଶ୍ଚୟ ଏକ ଭିନ୍ନ ଓ ଅଦ୍ଭୁତ ଅନୁଭବ।” ଆନନ୍ଦର ବିଷୟ ଏହା ଯେ ଯେତେବେଳେ ନେହା ପ୍ରତିଯୋଗୀ ଭାବେ ଆସିଥିଲେ ସେତେବେଳେ ମଧ୍ୟ ଶୋ’ରେ ବିଶାଲ ବିଚାରକ ଥିଲେ। ନେହା ବଦ୍ରୀନାଥ କି ଦୁଲ୍‍ହନିଆ…, କାଲାଚଷମା…, ଲଣ୍ଡନ ଠୁମକ୍‍ଦା… ଭଳି ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories