ତଟରକ୍ଷା ବାହିନୀର ବଢ଼ିଲା ବଳ, ସେନାରେ ସାମିଲ ହେଲା ଏମକେ-୩
ନୂଆଦିଲ୍ଳୀ: ଆହୁରି ବଢ଼ିଲା ଭାରତୀୟ ସେନାର ବଳ । ଭାରତୀୟ ସେନାକୁ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏମକେ-୩ ମିଳିଛି । ଯାହା ଦ୍ବାରା ସେନା ଆହୁରି ସଶକ୍ତ ହୋଇପାରିବ। ଓଡ଼ିଶା ତଟ ରକ୍ଷା ବାହିନୀରରେ ଏହି ହେଲିକ୍ପଟର ଆଜି ସାମିଲ ହୋଇଛି । ସାମୁଦ୍ରିକ କ୍ଷମତା ବୃଦ୍ଧି କରାଇବାକୁ ଏମକେ-୩ ହେଲିକପ୍ଟରକୁ ସେନାରେ ସାମିଲ କରାଯାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହାର ଆନୁଷ୍ଠାନକ ଭାବେ ଉଦଘାଟିତ ହୋଇଥିବା ବେଳେ ଏହାକୁ ଉଦଘାଟନ କରିଛନ୍ତି ଭାରତୀୟ ତଟ ରକ୍ଷା ବାହିନୀ ମୁଖ୍ୟ ଭିଏସ୍ ପଠାନିଆ ।
ଏହିତ ଅବସରରେ ଭିଏସ୍ ପଠାନିଆ କହିଛନ୍ତି ଏମକେ-୩ ହେଲିକପ୍ଟରକୁ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟଜନିକ ଏବଂ ଉଦ୍ଧାରକାରୀ କାର୍ଯ୍ୟରେ ନିୟୋଜିତ ହେବ ଏହି ହେଲିକପ୍ଟର । ତାହାଛଡ଼ା ଏହା ଦ୍ୱାରା ରାଜ୍ୟର ପ୍ରାୟ ୪୮୫ କିଲୋମିଟରର ସାମୁଦ୍ରିକ ତଟରେ ଏହା କୋଷ୍ଟଗାର୍ଡର କ୍ଷମତା ବୃଦ୍ଧି କରିବ ବୋଲି ଭାରତୀୟ ତଟରକ୍ଷା ବାହିନୀ ମୁଖ୍ୟ ଭିଏସ୍ ପଠାନିଆ କହିଛନ୍ତି ।
Comments are closed.