ଏସୀୟ ଭାରୋତ୍ତୋଳନରେ ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ

ଜିଞ୍ଜୁ (କୋରିଆ):ଏଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଭାରତ ପାଇଁ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ଜିତିଛନ୍ତି। ଶନିବାର ମହିଳା ୫୫ କିଗ୍ରା ବର୍ଗରେ ବିନ୍ଦ୍ୟାରାଣୀ ଦ୍ବିତୀୟ ସ୍ଥାନ ହାସଲ କରି ଏହି ସଫଳତା ପାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟିନୀ ବିନ୍ଦ୍ୟାରାଣୀ ସ୍ନାଚରେ ୮୩ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୧ କିଗ୍ରା ସହ ମୋଟ ୧୯୪କିଗ୍ରା ଭାରୋତ୍ତୋଳନ କରିିଥିଲେ। ସେ କ୍ଲିନ ଆଣ୍ଡ ଜର୍ଜ ପ୍ରଦର୍ଶନ ବଳରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି।

ଏଥି ସହତି ବିନ୍ଦ୍ୟାରାଣୀ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ମଣିପୁରର ବିନ୍ଦ୍ୟାରାଣୀ ସ୍ନାଚରେ ଖରାପ ପ୍ରଦର୍ଶନ କରିଥିବାବେଳେ କ୍ଲିନ ଆଣ୍ଡ ଜର୍କରେ ଦ୍ବିତୀୟ ସୁଯୋଗରେ ୧୧୧ କିଗ୍ରା ଭାରୋତ୍ତୋଳନ କରିଥିଲେ। ବିନ୍ଦ୍ୟାରାଣୀ ସ୍ନାଚର ପ୍ରଥମ ଦୁଇ ପ୍ରୟାସରେ ୮୦ ଓ ୮୩ କିଗ୍ରା ଭାରୋତ୍ତୋଳନ କରିଥିଲେ। ନିଜର ବ୍ୟକ୍ତିଗତ ପ୍ରଦର୍ଶନ ୮୬ କିଗ୍ରା ରହିଥିଲେ ମଧ୍ୟ ୩ୟ ଦଫାରେ ଉକ୍ତ ସଫଳତାକୁ ଦୋହରାଇବାରେ ସଫଳ ହୋଇନଥିଲେ। ସେ ସ୍ନାଚରେ ମୋଟ ଉପରେ ୪ର୍ଥ ସ୍ଥାନ ହାସଲ କରିଥିଲେ। କ୍ଲିନ ଆଣ୍ଡ ଜର୍କରେ ବିନ୍ଦ୍ୟାରାଣୀ ୧୧୧ କିଗ୍ରା ଭାରୋତ୍ତୋଳନ କରିଥିଲେ। ଚାଇନିଜ୍‌ ତାଇପେର ଚିନ୍ ଜୁଆଙ୍ଗ ଲିନ୍‌ ସ୍ନାଚରେ ୯୦ ଓ କ୍ଲିନ ଆଣ୍ଡ ଜର୍କରେ ୧୧୪ କିଗ୍ରା ସହ ମୋଟ ୨୦୪କିଗ୍ରା ଭାରୋତ୍ତୋଳନ କରି ସ୍ବର୍ଣ୍ଣ ଓ ଭିଏତନାମର ଭୋ ଥିନ୍‌ କୁଇନ୍‌ ସ୍ନାଚରେ ୮୮ ଓ କ୍ଲିନ ଆଣ୍ଡ ଜର୍କରେ ୧୦୪ କିଗ୍ରା ସହ ମୋଟ ୧୯୨କିଗ୍ରା ଭାରୋତ୍ତୋଳନ କରି ୩ୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି।

Comments are closed.