www.samajalive.in
Saturday, December 6, 2025
16.1 C
Bhubaneswar

ଖସିଲା ସୁନା ଦାମ୍, ଜାଣନ୍ତୁ ଏବେ ଅଛି କେତେ

ନୂଆଦିଲ୍ଲୀ : ୟୁପିର ବାରଣାସୀରେ ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ । ସୁନା ଦାମ୍ ବାରଣାସୀରେ ଧିରେ ଧିରେ ତଳକୁ ଖସୁଛି । ଶୁକ୍ରବାର ଅକ୍ଷୟ ତୃତୀୟାରେ ସର୍ରୋଫା ବଜାର ଖୋଲିବା ସହିତ ୧୮ କ୍ୟାରେଟଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା ଦାମ ହ୍ରାସ ପାଇଛି । ବାରଣାସୀରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧୦୦ ଟଙ୍କା ହ୍ରାସ ପାଇ ୬୬,୩୦୦ ଟଙ୍କା ହୋଇଯାଇଛି ।

ମେ ୧୦ରେ ୧୮ କ୍ୟାରେଟ୍ ସୁନା ଦାମ୍ ୮୦ ଟଙ୍କା କମିବା ପରେ ଏହାର ଦାମ୍ ୫୪,୨୫୦ ଟଙ୍କା ହୋଇଯାଇଛି । ସେହିଭଳି ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଶୁକ୍ରବାର ୧୧୦ ଟଙ୍କା ହ୍ରାସ ପାଇ ୭୧,୬୦୦ ଟଙ୍କାରେ ପହଞ୍ଚି ଯାଇଛି । କହିରଖୁଛୁ ସୁନା ରୂପା ଦାମରେ ପ୍ରତିଦିନ ଟ୍ୟାକ୍ସ ଏବଂ ଉତ୍ପାଦ ଶୁଳ୍କ ଯୋଗୁଁ ହ୍ରାସ ପାଇବାରେ ଲାଗିଛି ।

ଅକ୍ଷୟ ତୃତୀୟାର ମହତ୍ୱ: ଜାଣନ୍ତୁ ମା ଲକ୍ଷ୍ମୀଙ୍କ ପୂଜା ବିଧି

- Advertisement -

ତେବେ ରୂପା ଦାମ୍ ସାମାନ୍ୟ ବଢିଛି । ସର୍ରୋଫା ବଜାର ଖୋଲିବା ସହିତ ରୂପା ୨୦୦ ଟଙ୍କା ପ୍ରତି କିଲୋ ବୃଦ୍ଧି ପାଇ ୮୫୨୦୦ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ୯ ମେରେ ଏହାର ଦାମ୍ ୮୫,୦୦୦ ଟଙ୍କା ଥିଲା । କହିରଖୁଛୁ ସୁନାର ଶୁଦ୍ଧତା କ୍ୟାରେଟରେ ମପାଯାଏ । ୨୪ କ୍ୟାରେଟ୍ ସୁନା ସବୁଠାରୁ ଶୁଦ୍ଧ ହୋଇଥାଏ । ଏଥିରେ ୯୯.୯ ପ୍ରତିଶତ ସୁନା ଥାଏ । ତେବେ ଅଳଙ୍କାର ପାଇଁ ୨୨, ୨୦ ଏବଂ ୧୮ କ୍ୟାରେଟର ସୁନା ବ୍ୟବହାର କରାଯାଏ । ଆଇଏସଆଇ ହଲମାର୍କରେ ସୁନାର ଶୁଦ୍ଧତାକୁ ଯାଞ୍ଚ କରାଯାଏ । ହଲମାର୍କ ସୁନାର ଗହଣାରେ ଲଗାଯାଉଥିବା ଏକ ସରକାରୀ ଚିହ୍ନ ଯାହା ଭାରତୀୟ ମାନକ ବ୍ୟୁରୋ ଜାରି କରିଥାଏ ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories