www.samajalive.in
Sunday, December 7, 2025
16.1 C
Bhubaneswar

ବଡ ଖବର, ଏସବିଆଇରେ ହେବ ୧୨ହଜାର ନିଯୁକ୍ତି

ସମାଜ ଡିଜିଟାଲ ଡେସ୍କ: ଏସବିଆଇ ଆପଣଙ୍କ ପାଇଁ ଆଣିଛି ବଡ ସୁଯୋଗ। ଷ୍ଟେଟ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ୧୨ହଜାର କର୍ମଚାରୀଙ୍କୁ ଚାକିରି ଯୋଗାଇ ଦେବାକୁ ଯାଉଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବ୍ୟତୀତ ଅନ୍ୟାନ୍ୟ ଭୂମିକା ପାଇଁ ପ୍ରାୟ ୧୨ହଜାର ନିଯୁକ୍ତି ଦେବାକୁ କାର୍ଯ୍ୟ କରୁଛି ଏସବିଆଇ। ଆଇଟି ସହିତ ଏହି କର୍ମଚାରୀମାନଙ୍କୁ ବିଭିନ୍ନ ଭୂମିକା ପାଇଁ ପ୍ରଥମେ ତାଲିମ ମଧ୍ୟ ଦିଆଯିବ।
କେମିତି ମିଳିବ ନିଯୁକ୍ତି
ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇ କହିଛନ୍ତି ଯେ ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା କର୍ମଚାରୀମାନଙ୍କୁ କେବଳ ବ୍ୟାଙ୍କିଙ୍ଗ୍‌‌ ପରିସରରେ ଏକ୍ସପୋଜର ଦିଆଯିବ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆଇଟି ଏବଂ ଅନ୍ୟାନ୍ୟ ସହାୟକ ଭୂମିକାରେ ସ୍ଥାନାନ୍ତର କରାଯିବ। ଅଧିକ ସୂଚନା ଦେଇ ଖାରା କହିଛନ୍ତି ଯେ ପ୍ରାୟ ୧୧,୦୦୦ରୁ ୧୨,୦୦୦ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅଛନ୍ତି। ଯେଉଁମାନେ କି ସାଧାରଣ କର୍ମଚାରୀ ଅଟନ୍ତି।
ପ୍ରକ୍ରିୟା ଆରମ୍ଭ ହୋଇସାରିଛି
ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇସାରିଛି। ଆର୍ଥିକ ବର୍ଷରେ ୨ଲକ୍ଷ ୩୨ହଜାର ୨ଶହ ୯୬ ଜଣ ମୋଟ କର୍ମଚାରୀ ରହିଥିଲେ। ଯାହାକି ଗତବର୍ଷ ୨ଲକ୍ଷ ୩୫ହଜାର ୮୫୮ଥିଲା। ବ୍ୟାଙ୍କର ଚେୟାରମ୍ୟାନ୍‌‌ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ କର୍ମଚାରୀ ନିଯୁକ୍ତି ପାଇଁ ବ୍ୟାଙ୍କ ବିଶେଷ ଭାବରେ ଟେକ୍ନୋଲୋଜି ଦକ୍ଷତା ଉପରେ ବିଚାର କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories