www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତ ଜିତିଲା ପ୍ରଥମ ଟେଷ୍ଟ

ସମାଜ ଡିଜିଟାଲ ଡେସ୍କ: ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି।

ଟସ ଜିତି ବାଂଲାଦେଶ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୭୬ ରନରେ ଅଲଆଉଟ ହୋଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ବେ ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା ଏବଂ ଯଶଶ୍ଵୀ ଜୟସଓ୍ବାଲଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୩୭୬ ରନ କରିପାରିଥିଲା। ଏହାର ଜବାବରେ ବାଂଲାଦେଶ ମାତ୍ର ୧୪୯ ରନରେ ଅଲଆଉଟ ହୋଇଯାଇଥିଲା।

- Advertisement -

୨ୟ ଇନିଂସରେ ଭାରତ ୨୮୭ ରନ କରିଥିଲା। ଶୁଭମନ ଗିଲ ୧୧୯ ଏବଂ ରୁଷଭ ପନ୍ତ ୧୦୯ ରନ କରିଥିଲେ। ବାଂଲାଦେଶକୁ ଜିତିବାକୁ ୫୧୫ ରନ ଆବଶ୍ୟକ ଥିବାବେଳେ ଦଳ ୨୩୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵୀନ ସର୍ବାଧିକ ୬ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ୫ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories