ଏସିଆ କପ୍‌: ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଲା ଭାରତ, ୪୪ ବଲରୁ ବିରାଟ କୋହିଲିଙ୍କ ୬୦ ରନ୍‌

ଦୁବାଇ : ରାଉଣ୍ଡ ୨ ସୁପର ଫୋର୍‌ରେ ଭାରତ-ପାକିସ୍ତାନ ମୁକାବିଲା ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ୍‌ କରିଛି ଟିମ ଇଣ୍ଡିଆ। ଦଳ ପକ୍ଷରୁ ସର୍ବାଧିକ ୪୪ ବଲରୁ ୬୦ରନ୍ କରିଛନ୍ତି ବିରାଟ କୋହିଲି।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରମାଗତ ୨ୟ ଅର୍ଦ୍ଧଶତକ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି।
ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ଭାରତ କୋହଲିଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରେ ୧୮୧ ରନର ବଡ଼ ସ୍କୋର ଠିଆ କରିଥିଲା। କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ। ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ଇନିଂସ ଆରମ୍ଭ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ ୨୮ ରନ ଲେଖାଏଁ କରିଥିଲେ। ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ଫଳରେ ଦଳୀୟ ସ୍କୋର ଟିକିଏ ଧିମେଇ ଯାଇଥିଲା। ସୂର୍ଯ୍ୟକୁମାର ଯାଦବ ୧୩ ରନ, ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ନ ରନ କରି ଆଉଟ ହୋଇଯାଇଥିଲେ।
ପାକିସ୍ତାନ ପକ୍ଷରୁ ସଦାବ ଖାଁ ୨ଟି ୱିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ,ହାରିସ ରୌଫ ଓ ମହମ୍ମଦ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

kalyan agarbati

Comments are closed.