bjd gruha runa

 ଡିସେମ୍ବର ୧୦ରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଭାରତ-ପାକିସ୍ତାନ ମ୍ୟାଚ

ଉଦୟଙ୍କୁ ଭାରତର ନେତୃତ୍ବ

BJD Bijuli 480×75 Mob

ମୁମ୍ବଇ: ଦୁବାଇରେ ଆସନ୍ତା ଡିସେମ୍ବର ୮ରୁୁ ୧୭ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଭାରତ, ପାକିସ୍ତାନ, ନେପାଳ ଓ ଆଫଗାନିସ୍ତାନ ରହିଥିବାବେଳେ ଗ୍ରୁପ-ବି ରେ ବାଂଲାଦେଶ, ଜାପାନ, ଶ୍ରୀଲଙ୍କା ଓ ୟୁଏଇ ସ୍ଥାନ ପାଇଛନ୍ତି। ଭାରତ ୮ରେ ଆଫଗାନିସ୍ତାନ ସହିତ ପ୍ରଥମ ଲିଗ୍‌ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଡିସେମ୍ବର ୧୦ରେ ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍‌ ମ୍ୟାଚ ଖେଳାଯିବ। ୧୨ରେ ଭାରତ ଅନ୍ତିମ ଲିଗ୍‌ ମ୍ୟାଚ ନେପାଳ ସହିତ ଖେଳିବ। ଦୁଇ ଗ୍ରୁପର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଡିସେମ୍ବର ୧୫ରେ ସେମିଫାଇନାଲ ଓ ୧୭ରେ ଫାଇନାଲ ଖେଳାଯିବ। ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଲାଗି ବିସିସିଆଇ ପକ୍ଷରୁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଉଦୟ ସାହାରନ ଦଳର ନେତୃ୍ତ୍ବ ନେବେ।

ଭାରତୀୟ ଦଳ: ଆର୍ଷିନ କୁଲକର୍ଣ୍ଣି, ଆଦର୍ଶ ସିଂହ, ରୁଦ୍ର ମୟୂର ପଟେଲ, ସଚିନ ଦିୟାସ, ପ୍ରିୟାଂଶୁ ମୋଲିଆ, ମୁସହେର ଖାନ, ଉଦୟ ସାହାରନ(ଅଧିନାୟକ), ଆରଭାଲି ଅବିନାଶ ରାଓ(ୱିକେଟରକ୍ଷକ), ସାଓମି କୁମାର ପାଣ୍ଡେ, ମୁରୁଗାନ ଅଭିଷେକ, ଇନିସ ମହାଜନ, ଧନୁଷ ଗୌଡ଼ା, ଆରଧ୍ୟ ଶୁଳ୍କା, ରାଜ୍‌ ଲିମ୍ବାନି, ନମନ ତିୱାରୀ।

 

 

Comments are closed.