www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ ଖେଳଣା ମେଳା-୨୦୨୧ – ଏହି କ୍ଷେତ୍ରରେ ଲୁଚି ରହିଛି ଦେଶର ଶକ୍ତି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦଘାଟନ କରିଛନ୍ତି।
ଏହି ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ସମସ୍ତଙ୍କ ସହ କଥାବାର୍ତ୍ତା କରି ଜଣାପଡିଛି ଯେ ଆମ ଦେଶର ଖେଳନା ଶିଳ୍ପରେ ଏକ ବିରାଟ ଶକ୍ତି ଲୁଚି ରହିଛି। ଏହି ଶକ୍ତିକୁ ବୃଦ୍ଧି, ଏହାର ପରିଚୟକୁ ବୃଦ୍ଧି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଏକ ବଡ ଅଂଶ। ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟ କିମ୍ବା ଆର୍ଥିକ କାର୍ଯ୍ୟକ୍ରମ ନୁହେଁ ।
ଏହି କାର୍ଯ୍ୟକ୍ରମ ଦେଶର ପୁରାତନ କ୍ରୀଡା, ଉଲ୍ଲାସ, ସଂସ୍କୃତିକୁ ମଜଭୂତ କରିବା ପାଇଁ ଏକ ମାଧ୍ୟମ। ସିନ୍ଧୁଘାଟୀ ସଭ୍ୟତା, ମୋହେଞ୍ଜୋ-ଦାରୋ ଏବଂ ହରପ୍ପା ଯୁଗରୁ ମିଳିଥିବା ଖେଳଣା ଉପରେ ସମଗ୍ର ବିଶ୍ୱ ଗବେଷଣା କରିଛି। ପ୍ରାଚୀନ କାଳରେ ବିଶ୍ୱର ଯାତ୍ରୀମାନେ ଭାରତ ଆସି କ୍ରୀଡା ଖେଳୁଥିଲେ ଓ ଶିଖୁଥିଲେ ମଧ୍ୟ। ଏହାସହ ମୋଦୀ କହିଛନ୍ତି, ଚେସ ଯାହା ଆଜି ବିଶ୍ୱରେ ବେଶ ଲୋକପ୍ରିୟ, ଏହା ପୂର୍ବରୁ ଭାରତରେ ଚାତୁରଙ୍ଗା କିମ୍ବା ଚାଦୁରଙ୍ଗା ନାମରେ ଖେଳାଯାଉଥିଲା। ଆଧୁନିକ ଲୁଡୋ ସେହି ସମୟରେ ପାଚିସି ଭାବରେ ଖେଳାଯାଉଥିଲା।
ଏହାସହ ଆମ ଶାସ୍ତ୍ରରେ ମଧ୍ୟ ବଳରାମଙ୍କ ସହ ଜଡିତ ବିଭିନ୍ନ ଖେଳାନା ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଭାବେ ଭାରତୀୟଙ୍କ ଜୀବନଶୈଳୀ ରହିଛି, ତାହା ଆମ ଖେଳନାରେ ମଧ୍ୟ ପ୍ରତିଫଳିତ ହୋଇଛି।
ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଏବଂ ପରିବେଶ ପାଇଁ ହିତକର ଜିନିଷରେ ନିର୍ମିତ, ଏଥିରେ ବ୍ୟବହୃତ ରଙ୍ଗ ମଧ୍ୟ ପ୍ରାକୃତିକ ଓ ନିରାପଦ ଅଟେ।
ଆମର ଏପରି ଖେଳନା ପ୍ରସ୍ତୁତ ହୋଇଥାଏ, ଯାହା ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ଆଜି ମଧ୍ୟ ଭାରତୀୟ ଖେଳନା ଆଧୁନିକ ଖେଳାନା ଅପେକ୍ଷା ଖୁବ ସରଳ, ଶସ୍ତା ସହ ସାମାଜିକ-ଭୌଗୋଳିକ ପରିବେଶ ସହ ମଧ୍ୟ ଜଡିତ।
ଏହାସହ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଗୁରୁଦେବ ରବୀନ ନାଥ ଟାଗୋର ତାଙ୍କ କବିତାରେ ବର୍ଣ୍ଣନା କହିଛନ୍ତି- ଏକ ଖେଳନା ପିଲାମାନଙ୍କୁ ଅସୀମ ସୁଖ ଦୁନିଆକୁ ନେଇଯାଏ। ଖେଳନାର ପ୍ରତ୍ୟେକ ରଙ୍ଗ ପିଲାଙ୍କ ଜୀବନରେ ଅନେକ ରଙ୍ଗ ବିସ୍ତାର କରେ।
ଆମ ପରମ୍ପରା, ଖାଦ୍ୟପେୟ ଓ ପୋଷାକ ପରିଧାନ ଭିନ୍ନତା ମଧ୍ୟ ଏକ ଶକ୍ତି ରୂପରେ ନଜର ଆସିଥାଏ।
ସେହିଭଳି ଭାରତୀୟ ଖେଳନା ଶିଳ୍ପ ମଧ୍ୟ ଭାରତୀୟ ଚିନ୍ତାଧାରାରେ ଏହି ଅନନ୍ୟ ଭାରତୀୟ ଦୃଷ୍ଟିକୋଣକୁ ଉତ୍ସାହିତ କରି ପାରିବ। ଖେଳନା ଗୁଡିକର ବୈଜ୍ଞାନିକ ଦିଗ, ପିଲାମାନଙ୍କର ବିକାଶରେ ଖେଳନା ଗୁଡିକର ଭୂମିକାକୁ ଅଭିଭାବକ ବୁଝିବା ଉଚିତ ଏବଂ ଶିକ୍ଷକମାନେ ଏହାକୁ ବିଦ୍ୟାଳୟରେ ମଧ୍ୟ ବ୍ୟବହାର କରିବା ଉଚିତ। ଏହି ବ୍ୟବସ୍ଥାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଦେଶ ମଧ୍ୟ ଏହି ଦିଗରେ ପ୍ରଭାବଶାଳୀ ପଦକ୍ଷେପ ନେଉଛି।
ନୂତନ ଜାତୀୟ ଶିକ୍ଷା ନୀତି ଏକ ବୃହତ ସ୍ତରରେ ଖେଳ-ଆଧାରିତ ଏବଂ କାର୍ଯ୍ୟକଳାପ-ଆଧାରିତ ଶିକ୍ଷାକୁ ଅନ୍ତର୍ଭୁକ୍ତ କରେ। ଏହା ଏପରି ଏକ ଶିକ୍ଷା ବ୍ୟବସ୍ଥା ଯେଉଁଥିରେ ପିଲାମାନଙ୍କ ମଧ୍ୟରେ ଖେଳ ମାଧ୍ୟମରେ ଯୁକ୍ତିଯୁକ୍ତ (ତର୍କ ସମ୍ବନ୍ଧୀୟ) ଏବଂ ସୃଜନଶୀଳ ଚିନ୍ତାଧାରା ବୃଦ୍ଧି କରିବାକୁ ବିଶେଷ ଧ୍ୟାନ ଦିଆଯାଏ।
ଦେଶ, ଖେଳନା ଶିଳ୍ପକୁ ୨୪ଟି ପ୍ରମୁଖ କ୍ଷେତ୍ରରେ ସ୍ଥାନ ଦେଇଛି।। ଜାତୀୟ ଖେଳନା କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ ୧୫ଟି ମନ୍ତ୍ରାଳୟ ଏବଂ ବିଭାଗ ଅନ୍ତର୍ଭୁକ୍ତ କରାଯାଇଛି। ଯାହାଦ୍ୱାରା ଏହି ଶିଳ୍ପଗୁଡିକ ପ୍ରତିଯୋଗିତାମୂଳକ ହୋଇ ପାରିବେ। ଦେଶ ଖେଳନାରେ ଆତ୍ମନିର୍ଭରଶୀଳ ହେବେ ଏବଂ ଭାରତର ଖେଳନା ଦୁନିଆକୁ ଯିବ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଖେଳନା ମେଳାର ଅବସରରେ ଏହି ଶକ୍ତିକୁ ଆଧୁନିକ ଅବତାର ଦେବା, ଏହି ସମ୍ଭାବନାକୁ ହୃଦୟଙ୍ଗମ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆଜି ମେଡ ଇନ୍‍ ଇଣ୍ଡିଆର ଚାହିଦା ଅଛି, ତେବେ ହ୍ୟାଣ୍ଡ ମେଡ ଇନ ଇଣ୍ଡିଆର ଚାହିଦା ସମାନ ଭାବରେ ବୃଦ୍ଧି ପାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories