www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ ଖେଳଣା ମେଳା-୨୦୨୧ : ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦ୍‌ଘାଟନ କରିବେ ।

ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ତାହାର ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସରେ ମନ କୀ ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଳଣା କେବଳ କର୍ମପ୍ରବଣ କରେ ନାହିଁ, ପରନ୍ତୁ ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାଆରୋପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଫଳସ୍ୱରୂପ ଭାରତ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି।

- Advertisement -

ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ । ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ । ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ ।

୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ ଜରିଆରେ ଭର୍ଚ୍ୟୁଆଲ ପ୍ରଦର୍ଶନ କରିବେ । ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯଥା ଇଲେକ୍‌ଟୋନିକ ଖେଳନା, ତୁଳା ଓ ପଶମ ଖେଳନା, ପଜଲ ଓ ଗେମ୍‌ସ ଜାତୀୟ ଖେଳନା ପ୍ରଦର୍ଶିତ ହେବ । ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍‌କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ । ଅନେକ ପ୍ରକାର କାର୍ଯ୍ୟକଳାପ ନିମନ୍ତେ ପିଲାମାନଙ୍କ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଦେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories