ରୁଷରୁ ଆସିବ ୧୮ଟି ସୁଖୋଇ-୩୦, ୨୦ଟି ମିଗ-୨୯

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ନିମନ୍ତେ ଭାରତ ରୁଷଠାରୁ ୧୮ଟି ସୁଖୋଇ-୩୦ ଯୁଦ୍ଧ ବିମାନ କ୍ରୟ କରିବାକୁ ସ୍ଥିର କରିଛି। ଏହା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଫାଷ୍ଟଟ୍ରାକ ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଭରତୀୟ ବାୟୁସେନା ମୁଖ୍ୟ ଚିଫ ଏୟାର ମାର୍ଶଲ ବି.ଏସ ଧନୋୱା ସମ୍ପ୍ରତି ରୁସ ଗସ୍ତରେ ଅଛନ୍ତି। ସେ ଜୁଲାଇ ୧୨ରେ ଭାରତ ଫେରିବେ।

prayash

ଉଲ୍ଲେଖ ଯେ ଭାରତ ନବେ ଦଶକରେ ୨୭୨ଟି ସୁଖୋଇ-୩୦ ବିମାନ କ୍ରୟ କରିବାକୁ ଚୁକ୍ତି କରିଥିଲା। ସେଥିମଧ୍ୟରୁ ୫୦ଟି ରୁସରେ ଏବଂ ଅନ୍ୟଗୁଡିକୁ ଭାରତରେ ନିର୍ମାଣ କରିବାର ଯୋଜନା ଥିଲା। ଏହି କାର୍ଯ୍ୟକ୍ରମ ନିଧାର୍ଯ୍ୟ ସମୟରେ ଜାରି ରହିଛି। ଏଥିକ୍ରମେ ଭାରତୀୟ ବାୟୁସେନାରେ ୨୦୦ ସୁଖୋଇ ସାମିଲ ହୋଇଛି। ରୁଷରୁ ଅଣାଯିବାକୁ ଥିବ ୧୮ଟି ସୁଖୋଇକୁ ନେଇ ବାୟୁସେନାର ଏକ ସ୍କ୍ବାର୍ଡନ ପ୍ରସ୍ତୁତ କରାଯିବ। ରୁଷ ନିକଟରେ ଥିବା ୨ଟି ମିଗ-୨୯ କ୍ରୟ କରିବାକୁ ମଧ୍ୟ ଭାରତ କଥାବାର୍ତ୍ତ ଚଳାଇଛି। ଏଗୁଡିକ ଖୁବ କମ ମୂଲ୍ୟରେ ଭାରତକୁ ଉପଲବ୍ଧ ହେବ। ସମ୍ପ୍ରତି ୫୦ଟି ମିଗ-୨୯ର ତିନୋଟି ସ୍କ୍ବାର୍ଡନ ଭାରତୀୟ ବାୟୁସେନା​‌େ​‌ର ରହିଛି। ମିଗ-୨୯ ଏକ ବହୁମୁଖୀ ଯୁଦ୍ଧବିମାନ ଯାହାକୁ ବାୟୁସେନା ୧୯୮୫​‌େ​‌ର ଅଧିଗ୍ରହଣ କରିବା ଆରମ୍ଭ କରିଥିଲା।

kalyan agarbati

Comments are closed.