www.samajalive.in
Sunday, December 14, 2025
17.1 C
Bhubaneswar

ଭାରତ ଥୋମାସ କପ ଚମ୍ପିୟାନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ

ଡେସ୍କ: ଭାରତ ଥୋମାସ କପ ଚମ୍ପିୟାନ ଆଖ୍ୟା ହାସଲ କରିଛି। ଦୀର୍ଘ ୭୩ ବର୍ଷ ପରେ ଭାରତକୁ ପ୍ରଥମ ଥର ଏହି ସଫଳତା ମିଳିଛି। ଫାଇନାଲରେ ଭାରତ ୧୪ ଥରର ଚମ୍ପିୟାନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଉନ୍ନତମାନର ଖେଳ ପ୍ରଦର୍ଶନ କରି ଲକ୍ଷ୍ୟ ସେନ, ସାତ୍ଵିକ-ଚିରାଗ ଓ କିଦାମ୍ବି ଶ୍ରୀକାନ୍ତ ଭାରତକୁ ଏହି ଟାଇଟଲ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଭାରତର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଡମିଣ୍ଟନ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, ସାରା ଦେଶ ଏହି ବିଜୟ ହାସଲରେ ସାମିଲ ହୋଇଛି। ସେ କହିଛନ୍ତି, ଏହି ବିଜୟ ହାସଲ ଅନ୍ୟ କ୍ରୀଡ଼ାବିତମାନଙ୍କୁ ପ୍ରେରଣା ଯୋଗାଇବ।

- Advertisement -

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ଠାକୁର ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories