ଭୁବନେଶ୍ୱର: ବର୍ତ୍ତମାନ ପୁଲିସର ୨୪ ଘଣ୍ଟିଆ ଜରୁରୀ କାଳୀନ ସେବା ଟେଲିଫୋନ ନମ୍ବର ୧୦୦ ପରିବର୍ତ୍ତେ ୧୧୨ କାର୍ଯ୍ୟକାରୀ ହୋଇଛି। କୌଣସି ଆପଦକାଳୀନ ପରିସ୍ଥିତି ଯଥା ତତ୍କାଳୀନ ପୁଲିସର ସାହାଯ୍ୟ, ଅଗ୍ନିକାଣ୍ଡ, ରୋଗୀସେବା ଇତ୍ୟାଦି ପାଇଁ ଏହି ୧୧୨କୁ ଯୋଗାଯୋଗ କଲେ ତୁରନ୍ତ ସେବା ଉପଲବ୍ଧ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ କ୍ୟାପିଟାଲ ଥାନା, ଲିଙ୍ଗରାଜ ଥାନା, ସହିଦନଗର ଥାନା ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନାକୁ ଗୋଟିଏ ଲେଖାଏଁ ନୂତନ ‘ପିସିଆର ଭ୍ୟାନ’ ଯୋଗାଇ ଦିଆଯାଇଛି। ଏହି ‘ପିସିଆର ଭ୍ୟାନ’ରେ ପୁଲିସ ସହାୟତା ପାଇଁ ୧୧୨ ନମ୍ବର ଲେଖାଯାଇଛି। ଏଥିରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଉପକରଣ ଉପଲବ୍ଧ ରହିଛି। ନୂଆ ରୂପରେ ଏହି ‘ପିସିଆର ଭ୍ୟାନ’ ରାଜଧାନୀରେ ଲୋକଙ୍କ ସେବା ଯୋଗାଇ ଦେବ ବୋଲି ପୁଲିସ କମିଶନରେଟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରବର୍ତ୍ତି ପର୍ୟ୍ୟାୟରେ ଅନ୍ୟ ସମସ୍ତ ଥାନାକୁ ଏହି ନୂତନ ଗାଡି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
Popular Categories



