www.samajalive.in
Sunday, December 14, 2025
23.1 C
Bhubaneswar

ମୋହନା ବ୍ଲକ ଗସ୍ତରେ ଜାତୀୟ ନିରୀକ୍ଷଣ ଦଳ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ମୋହନା: ଗଜପତି ଜିଲ୍ଲାକୁ ଜାତୀୟ ନୀରିକ୍ଷଣ ଦଳ ଲିଡରଙ୍କ ୬ ଦିନିଆ ଗସ୍ତରେ ଆସି ଶନିବାର ଓ ରବିବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜାତୀୟ ନୀରିକ୍ଷଣ ଦଳ ଲିଡର ଡ. ଏସ.ଦୟାକର ରେଡ୍ଡୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ନିର୍ମାଣାଧିନ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପୋଖରୀ, ରୁରାଲ ହାଉସିଂ, ଜଙ୍ଗଲ ବିଭାଗ ତରଫରୁ କରାଯାଇଥିବା ଚାରା ରୋପଣ, ଚେକଡେମ, ମନରେଗା କାମ, ପଥରପେଚିଂ, କାଜୁ ବନୀକରଣ ଆଦି ଏହି ସବୁ ଉନ୍ନୟନ ଯୋଜନାଗୁଡିକ ବୁଲି ଦେଖିବା ସହ ବିରିକୋଟ, କର୍ଚ୍ଚବାଡ଼ି, ଲିଲିଗଡ ଆଦି ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ। ଏହି ସମୟରେ ହିତାଧିକାରୀମାନଙ୍କ ଜବ୍‌ କାର୍ଡ, ବ୍ୟାଙ୍କ ପାସବୁକ, ମନରେଗା କାର୍ଯ୍ୟ ସବୁ ତଦାରଖ କରିଥିଲେ। ଜାତୀୟ ନୀରିକ୍ଷଣ ଦଳ ଲିଡରଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସହ ବିଡ଼ିଓ ତପସ୍ପିନୀ ହାଁସଦା, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଖଗେଶ୍ଵର ଭୂୟାଁ, ସରପଞ୍ଚ, ସମିତି ସଭ୍ୟ, ଗ୍ରାମ ରୋଜଗାର ସେବକଙ୍କ ସମେତ ମନରେଗା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories