ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୪ର୍ଥ ଟି-୨୦ରେ ଟିମ୍ ଇଣ୍ଡିଆ ଘରୋଇ ଦଳ ପାଇଁ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍ ବିନିମୟରେ ୧୬୫ ରନ୍ କରିବାରେ ସକ୍ଷମ ହୋଇଛି। ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ଏବଂ କେ.ଏଲ. ରାହୁଲଙ୍କ ଧୂଆଁଧାର ୩୯ ରନ ବଳରେ ଏହି ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି। ଶାର୍ଦୁଳ ଠାକୁର ଗୁରୁତ୍ଵପୂର୍ଣ୍ଣ ୨୦ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଇସ୍ ଶୋଧି ୩ଟି, ହାମିଶ ବେନେଟ ୨ଟି ଏବଂ ଟିମ୍ ସାଉଦୀ, ସ୍କଟ୍ କୁଗେଲେଜିନ ଓ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ୍ ହାସଲ କରିଥିଲେ।
ସୂଚନାଯୋଗ୍ୟ, ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ଶୃଙ୍ଖଳାରେ ଭାରତ ପ୍ରଥମ ୩ଟି ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ହାତେଇ ନେଇଛି।



