www.samajalive.in
Saturday, December 6, 2025
26.1 C
Bhubaneswar

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ୨୦୨୦-୨୧ରେ ଜିଡିପି ୬.୫% ମଧ୍ୟରେ ରହିବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଶୁକ୍ରବାର ଲୋକସଭାରେ ଆଗତ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ରୁ ୬.୫% ମଧ୍ୟରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଲୋକସଭା ପରେ ରାଜ୍ୟ ସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯିବ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷରେ ଟିକସ ସଂଗ୍ରହ ହ୍ରାସ ହୋଇପାରେ। ଜିଏସଟିରୁ ସରକାରଙ୍କ ପାଣ୍ଠି ସଂଗ୍ରହ ବଢ଼ିବା ଆଶା ରହିଛି। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ୫% ହାରରେ ବୃଦ୍ଧି ପାଇବ। ବିଶ୍ଵରେ ଭାରତ ଏକ ପ୍ରମୁଖ ଦେଶ ଭାବେ ପରିଗଣିତ ହେଉଛି। ମାନ୍ଦାବସ୍ଥାରୁ ମୁକୁଳିବା ଲାଗି ସରକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ହେବ। ଅଭିବୃଦ୍ଧିକୁ ବଢ଼ାଇବା ଲାଗି କିଛି ନିୟମ କୋହଳ କରିବାକୁ ହେବ। ବିଶ୍ଵ ଅଭିବୃଦ୍ଧି ଦୁର୍ବଳ ଯୋଗୁ ଭାରତ ବି ପ୍ରଭାବିତ ହେଉଛି। ଆର୍ଥିକ କ୍ଷେତ୍ରରେ ରହିଥିବା ସମସ୍ୟା ଯୋଗୁ ନିବେଶ ପରିମାଣ ହ୍ରାସ ପାଇଛି, ଫଳରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି କମିଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରିବାର ଲକ୍ଷ୍ୟ ରହିଛି। ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ପାଇଁ ସରକାର ଋଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ସଡ଼କ ଏବଂ ଜାତୀୟ ରାଜପଥରେ ନିବେଶ ୩ଗଣ ବୃଦ୍ଧି ପାଇଛି। ଦେଶରେ ୯୫ ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥରେ ହୋଇଥାଏ। ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ୨ କୋଟି ୬୨ ଲକ୍ଷ ଆଶାୟୀଙ୍କୁ ଚାକିରି ଦିଆଯାଇଛି। ଭାରତୀୟ ରେଲୱେ ବିଶ୍ଵରେ ସବୁଠାରୁ ଅଧିକ ଯାତ୍ରୀ ପରିବହନ କରିଥିବା ରେକର୍ଡ କରିଛି। ଏହି ସମୟରେ ୧୨୦ କୋଟି ଟନ୍‌ ସାମଗ୍ରୀ ଏବଂ ୮୪୦ କୋଟି ଯାତ୍ରୀ ଟ୍ରେନ ଯାତ୍ରା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣାମୂର୍ତ୍ତି ସୁବ୍ରମଣ୍ୟନଙ୍କ ଟିମ୍‌ ୬ମାସ ମଧ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଗତ ୬ମାସ ମଧ୍ୟରେ ଦେଶର ସ୍ଥିତି କିପରି ଥିଲା ସେ ନେଇ ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଛି। ଅର୍ଥନୀତିର ଲକ୍ଷ୍ୟ କିପରି ହାସଲ କରାଯାଇପାରିବ ସେନେଇ ଏହି ସର୍ଭେ ଜରିଆରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସରକାରଙ୍କୁ ପରାମର୍ଶ ଦେଇଥାନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories