www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ପ୍ରକଳ୍ପର କଲେ ଶୁଭ ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁରର ମିନି ଷ୍ଟାଡ଼ିୟମରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପହଞ୍ଚି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆନନ୍ଦପୁର ଠାରେ ୪୭୫ କୋଟି ବ୍ୟୟରେ ନିର୍ମିତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦଘାଟନ କରିଛନ୍ତି। ଏହାସହ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ମଧ୍ୟ ଦେଇଛନ୍ତି।
ଏହି ବ୍ୟାରେଜ ଦ୍ୱାରା ଆନନ୍ଦପୁର, ହାଟଡ଼ିହି, ଘସିପୁରା ଏବଂ ବାଲେଶ୍ୱର ଜିଲାର ଖଇରା, ଓଉପଦା, ନୀଳଗିରି, ବାହନଗା, ବାଲେଶ୍ୱର, ରେମୁଣା ଏବଂ ସୋର ବ୍ଲକର ମୋଟ ୬୦,୦୦୦ ହେକ୍ଟର ଚାଷଜମି ଜଳସେଚିତ ହେବ।
ଆନନ୍ଦପୁର ବି.ଏନ. ହାଇସ୍କୁଲର ପ୍ଲାଟିନମ ଜୁବଲି ଉତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସହ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଉଦବୋଧନ ଦେବେ।
ଏହାସହ ଆନନ୍ଦପୁରର ମିନିଷ୍ଟାଡ଼ିୟମରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେଲକୋଇ, ପାଟଣା, ହରିଚନ୍ଦନପୁର, ଘଟଗାଁ ବ୍ଲକରେ ୧୩୧୭.୬୬ କୋଟି ଟଙ୍କା ବ୍ୟୟରେ ମେଗା ଜଳଯୋଗାଣ ପ୍ରକଳ୍ପ, ସାହରପଡ଼ା, ଘସିପୁରା, ଆନନ୍ଦପୁର ଏବଂ ହାଟଡ଼ିହି ବ୍ଲକରେ ପ୍ରାୟ ୮୨୦ କୋଟି ଟଙ୍କା ବ୍ୟୟରେ ମେଗା ଜଳଯୋଗାଣ ପ୍ରକଳ୍ପ, ୩୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ଚାନ୍ଦପୋଷୀ-ଦେଓବନ୍ଧ-ବିନିଦା ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ, ୪୨ କୋଟି ଟଙ୍କା ବ୍ୟୟରେ ପିପିଳିଆ-ପାଟଣା, ବାଉଁଶୁଳି-ପାଟଣା, ଖିରେଇଟାଙ୍ଗିରୀ-ଭୃଙ୍ଗରାଜପୋଷୀ- ଚେମେଣା ଏବଂ ସାଳନିଆ-ରଟକଣା ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories