bjd gruha runa

ଏ ମାସରେ ଭାରତର ପ୍ରଥମ ଘରୋଇ ରକେଟ୍‌ ଉତ୍‌କ୍ଷେପଣ

BJD Bijuli 480×75 Mob

ନୂଆଦିଲ୍ଲୀ : ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ଉତ୍‌କ୍ଷେପଣ ଚଳିତ ମାସ ଦ୍ବିତୀୟ ସପ୍ତାହରେ ହେବ। ସ୍କାଏରୁଟ୍‌ ଏରୋସ୍ପେସ୍‌ ନାମକ ଘରୋଇ କମ୍ପାନୀ ପକ୍ଷରୁ ଏହି ରକେଟ୍‌ର ପ୍ରସ୍ତୁତ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରକେଟ୍‌ର ନାମ ରହିଛି ବିକ୍ରମ-ଏସ୍। ଏହି ରକେଟ୍‌କୁ ପରୀକ୍ଷାମୂଳକ ଭାବେ ନଭେମ୍ବର ୧୨ରୁ ୧୬ ତାରିଖ ମଧ୍ୟରେ ଉତ୍‌କ୍ଷେପଣ କରାଯିବ। ବର୍ତ୍ତମାନସୁଦ୍ଧା ଉପଗ୍ରହ ଉତ୍‌କ୍ଷେପଣ ନିମନ୍ତେ ବ୍ୟବହାର ହେଉଥିବା ରକେଟ୍‌କୁ ଇସ୍ରୋ ତିଆରି କରିଆସୁଛି। ଏବେ ପ୍ରଥମ କରି ଘରୋଇ କମ୍ପାନୀ ଉପଗ୍ରହ ଉତ୍‌କ୍ଷେପଣ ନିମନ୍ତେ ରକେଟ ତିଆରି କରିଛି। ସ୍କାଏରୁଟ୍‌ ତିନି ପ୍ରକାରର ରକେଟ ତିଆରି କରିଛି। ବିକ୍ରମ-୧ ରକେଟ ୪୮୦ କିଲୋ ଜିନିଷ ପରିବହନ କରିବାର କ୍ଷମତା ରଖିଛି। ବିକ୍ରମ-୨ ୫୯୫ ଓ ବିକ୍ରମ-୩ ୮୧୫ କିଲୋ ଜିନିଷ ପରିବହନ କରିପାରିବ।

Comments are closed.