ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଆଜି

0

ବିଶାଖାପାଟଣା : ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ସଫଳ ଗସ୍ତ ପରେ ଭାରତୀୟ ଦଳ ଘରୋଇମାଟିରେ ଅଷ୍ଟ୍ରେଲିଆ ଦଳର ସ୍ବାଗତ କରିବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳର ଅନ୍ତିମ ଆନ୍ତର୍ଜାତିକ ସିରିଜ୍ ହେବ। ପୁଣି ଆଇପିଏଲ୍‌ ପୂର୍ବରୁ ମଧ୍ୟ ଏହା ଭାରତର ଅନ୍ତିମ ସିରିଜ୍। ତେଣୁ ବିଶ୍ବକପ୍ ପୂର୍ବରୁ ନିଜ ଦଳକୁ ପରଖିବା ଲାଗି ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଏହା ଅନ୍ତିମ ସୁଯୋଗ। ରବିବାର ଏଠାରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟ୍ବେଣ୍ଟି୨୦ ସିରିଜ୍‌ରେ ପରାସ୍ତ ହୋଇଥିବାରୁ ଏହି ସିରିଜ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଟ୍ବେଣ୍ଟି୨୦ ସିରିଜ୍‌କୁ ଡ୍ର ରଖିଥିବା ବେ​‌େ​‌ଳ ଦିନିକିଆ ସିରିଜ୍‌କୁ ଜିତିଥିଲା। ଏଥର ଉଭୟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ରହିଛି।
ବିଶ୍ବକପ୍ ପୂର୍ବରୁ ଅନ୍ତିମ ସିରିଜ୍ ଥିବାରୁ ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲିଙ୍କ ସହ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି। ତେବେ ଆହତ ହୋଇଥିବାରୁ ହାର୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ଖେଳିବେ ନାହିଁ। ତେବେ ଅଷ୍ଟ୍ରେଲିଆ ତୁଳନାରେ ଭାରତ ବେଶ୍ ଶକ୍ତିଶାଳୀ ମନେହେଉଛି। ଏହି ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଋଷଭ ପନ୍ତ୍ ଓ ବିଜୟ ଶଙ୍କରଙ୍କ ଉପରେ କୋହଲି, ରବି ଶାସ୍ତ୍ରୀ ଓ ସିନିୟର ମନୋନୟନକାରୀ ନଜର ରଖିବେ। ବିଶ୍ବକପ୍ ଦଳରେ ସ୍ଥାନ ନିଶ୍ଚିତ କରିବାକୁ ପନ୍ତ୍‌ଙ୍କ ପାଖରେ ସୁଯୋଗ ରହିଛି। ଅ​‌େ​‌ଷ୍ଟ୍ରଲିଆ ଓ ନ୍ୟୁଜିଲାଣ୍ଡରେ ଭଲ ପ୍ରଦର୍ଶନ କରିଥିବା ଅଲ୍‌ରାଉଣ୍ଡର ବିଜୟ ଶଙ୍କର ମଧ୍ୟ ବିଶ୍ବକପ୍ ପାଇଁ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ବୁମ୍‌ରା ଦଳକୁ ଫେରିଥିବାରୁ ଭାରତୀୟ ବୋଲିଂ ଆକ୍ରମଣ ନିଶ୍ଚୟ ଶକ୍ତିଶାଳୀ ହେବ। ପେସ୍ ବୋଲିଂ ବିଭାଗରେ ଦୁର୍ବଳତା ଯୋଗୁଁ ନ୍ୟୁଜିଲାଣ୍ଡରେ ଭାରତ ଟ୍ବେଣ୍ଟି୨୦ ସିରିଜ୍ ହାରିଥିଲା। ଆଉ ମାତ୍ର ୨ଟି ୱିକେଟ ନେଲେ ଟି୨୦ରେ ବୁମ୍‌ରା ୫୦ ୱିକେଟରେ ପହଞ୍ଚିଯିବେ। ପଞ୍ଜାବର ନବାଗତ ଲେଗ୍‌ସ୍ପିନର ମୟଙ୍କ ମାର୍କଣ୍ଡେ ଦଳରେ ରହିଥିଲେ ହେଁ ଭାରତ ପାଇଁ ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ପାଣ୍ଡ୍ୟା ସ୍ପିନ୍ ବିଭାଗ ସମ୍ଭାଳିବେ। ନିକଟ ଅତୀତରେ ଦିନିକିଆ ଓ ଟେଷ୍ଟ କ୍ରିକେଟ୍‌ରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ହେଁ ଟ୍ବେଣ୍ଟି୨୦ରେ ଏହା ନିୟମିତତା ଦେଖାଇ ପାରିନାହିଁ। ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି୨୦ରେ ଭାରତ ୧୧-୬ରେ ଆଗୁଆ ରହିଛି।
ଅଷ୍ଟ୍ରେଲିଆ ଦଳକୁ ଫର୍ମରେ ଥିବା ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ମଧ୍ୟକ୍ରମରେ ଦିନେଶ କାର୍ତ୍ତିକ ଓ କେ.ଏଲ୍‌. ରାହୁଲଙ୍କ ମଧ୍ୟରୁ ଜଣେ ଖେଳିବେ। ବ୍ୟକ୍ତିଗତ ଭାବେ ଅଧିନାୟକ ବିରାଟ ​‌େ​‌କାହଲି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ୨୦୧୮ ବର୍ଷ କୋହଲିଙ୍କ ପାଇଁ ସଫଳତମ ଥିଲା ଏବଂ ଏହି ବର୍ଷ ସେ ସମସ୍ତ ଫର୍ମାଟକୁ ମିଶାଇ ୩୮ଟି ମ୍ୟାଚ୍‌ରୁ ୨୭୩୫ ରନ୍ କରିଥିଲେ। ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ଟ୍ବେଣ୍ଟି୨୦ କ୍ରିକେଟରେ କୋହଲି ୧୩ଟି ଇନିଂସରୁ ୫ଟି ଅର୍ଦ୍ଧଶତକ ସହ ୬୧ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ଭାରତ ବିପକ୍ଷ ଘରୋଇ ସିରିଜ୍ ପରଠାରୁ ଅଷ୍ଟ୍ରେଲିଆ ଦଳ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିନଥିଲେ ହେଁ ଦଳର ଅଧିକାଂଶ ଖେଳାଳି ବିଗ୍ ବାସ୍ ଲିଗ୍ ଖେଳୁଥିଲେ। ଓପ୍‌ନର ଡି ଆର୍ସି ସର୍ଟ ୧୫ଟି ମ୍ୟାଚ୍‌ରୁ ୫୩.୦୮ ଆଭ୍‌ରେଜ୍‌ରେ ୬୩୭ ରନ୍ ସ୍କୋର୍‌କରି ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ପୁଣି ପେସ୍ ବୋଲର କେନ୍‌ ରିଚାର୍ଡସନ୍ ସର୍ବାଧିକ ୨୪ଟି ୱିକେଟ ନେଇଥିଲେ। ରିଚାର୍ଡସନ୍‌ଙ୍କ ସହ ପ୍ୟାଟ୍ କମିନ୍‌ସ ଓ ନାଥାନ୍ କୌଲ୍‌ଟର-ନାଇଲ୍‌ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ। ଆଡାମ୍ ଜାମ୍ପା ଏକମାତ୍ର ସ୍ପିନର ଭାବେ ଖେଳିପାରନ୍ତି। ଭାରତୀୟ ଦଳକୁ ପ୍ରତିପକ୍ଷ ଦଳର ଦୁଇ ଅଲ୍‌ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଆଉ ୨ଟି ଛକା ମାରିପାରିଲେ ରୋହିତ ଶର୍ମା ଟ୍ବେଣ୍ଟି୨୦ରେ ବିଶ୍ବରେ ସର୍ବାଧିକ ଛକା ମାରିବା ରେକର୍ଡ ହାସଲ କରିବେ।
ଆଜି (ରବିବାର)ର ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ (ପ୍ରଥମ ଟି୨୦); ସିଧା ପ୍ରସାରଣ: ସନ୍ଧ୍ୟା ୭ଟାରୁ; ଚ୍ୟାନେଲ: ଷ୍ଟାର୍ ସ୍ପୋର୍ଟସ-୧

kalyan agarbati
Leave A Reply