www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ସଂସଦ ଭବନ ଲୋକାର୍ପିତ, ମନ୍ତ୍ରୋଚ୍ଚାରଣ ମଧ୍ୟରେ ସ୍ଥାପନ ହେଲା ସେଙ୍ଗୋଲ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭାବନାକୁ ଲୋକାର୍ପିତ କରିଛନ୍ତି। ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ପହଂଚିବା ପରେ ସାଧୁ ସନ୍ଥଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅଧିନମ ମଠ ମହନ୍ତ ପ୍ରଧାନମନ୍ତ୍ରୀଙ୍କୁ ‘ରାଜଦଣ୍ତ’ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ତାମିଲନାଡୁ ଧର୍ମପୁରମ ଅଧିନମର ୨୧ ଜଣ ସନ୍ଥଙ୍କ ସହ ସମସ୍ତ ସାଧୁସନ୍ଥଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ। ପରେ ଆରମ୍ଭ ହୋଇଥିଲା ପୂଜାର୍ଚନା। ଶ୍ରୀ ମୋଦୀ ନୂଆ ସଂସଦ ଭବନର ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସେଙ୍ଗୋଲ ସ୍ଥାପନ କରିଥିଲେ।

ଏହି ନୂତନ ସଂସଦ ଭବନର ଲୋକାର୍ପଣ ବେଳେ ଶ୍ରୀ ମୋଦୀ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭବନ ଲୋକାର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ସମ୍ମାନ ଜଣାଇଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ। ଏହି ଲୋକାର୍ପଣ ସମାରୋହରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ ବିର୍ଲା ଉପସ୍ଥିତ ଥିଲେ।

- Advertisement -

ଏହି ନୂଆ ସଂସଦ ଭବନ ମୁଖ୍ୟ ପ୍ରବେଶ ଦ୍ୱାରରେ ଅଶୋକ ଚକ୍ର ଖୋଦିତ ହୋଇଛି ଏବଂ ଏହାର ତଳେ ସତ୍ୟମେବ ଜୟତେ ଲେଖାଯାଇଛି। ନୂତନ ସଂସଦ ଭବନ ଗୃହରେ ରହିଛି ୩ଟି ପ୍ରବେଶ ପଥ ରହିଛି। ସେହି ଦ୍ୱାର ଗୁଡିକର ନାଁ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ରଖାଯାଇଛି। ଏହି ୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି। ଲୋକସଭାରେ ୮୮୮ ଆସନ ଓ ରାଜ୍ୟସଭାରେ ୩୮୪ ଆସନ ରହିଛି। ପୁରୁଣା ସଂସଦ ଭବନ ଠାରୁ ନୂଆ ସଂସଦ ଭବନରେ ପ୍ରାୟ ୫ ଶହ ଅଧିକ ଆସନ ରହିଛି। ଜାତୀୟ ପକ୍ଷୀ ମୟୂର ଶୈଳୀରେ ନିର୍ମିତ ଲୋକସଭାରେ ପ୍ରତିଟି ସାଂସଦଙ୍କ ସିଟରେ ମଲ୍ଟି ମିଡିଆ ଡିସପ୍ଲେ ରହିଛି। ଏହି ଭବନକୁ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ କରାଯାଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories