www.samajalive.in
Sunday, December 14, 2025
26.1 C
Bhubaneswar

୨ କୋଟି ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ଜବତ କରିଛି। ଏକ ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସ ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତର ସାଙ୍ଗମାଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ଟିମ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଡାଉ କରିଥିଲା। ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ। ପୁଲିସ ସେହି ସ୍ଥାନରୁ ୮୫ଟି ଜରି ବସ୍ତା ରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ ଜବତ କରି ଚିତ୍ରକୋଣ୍ଡା ଥାନା କୁ ଆଣିଥିଲା।

ଜବତ ଗଂଜେଇର ଓଜନ କରାଯିବା ପରେ ତାହା ୨ ଟନ ୧୫୨ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପନ୍ଦର ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories