www.samajalive.in
Sunday, December 14, 2025
26.1 C
Bhubaneswar

ଏକ ଭାରତ-ଶ୍ରେଷ୍ଠ ଭାରତର ନିଆରା ପ୍ରଚେଷ୍ଟା ଯୁବ ସଙ୍ଗମ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍‌’ର ୧୦୧ତମ ସଂସ୍କରଣରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭାବଧାରାକୁ ଶକ୍ତିଶାଳୀ କରୁଥିବା ଏଭଳି ଆଉ ଗୋଟିଏ ନିଆରା ପ୍ରଚେଷ୍ଟା ଯୁବ ସଙ୍ଗମ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, କିଛି ଦିନ ପୂର୍ବେ ବାରାଣସୀ ଠାରେ କାଶୀ-ତେଲୁଗୁ ସଙ୍ଗମମ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭାବଧାରାକୁ ଶକ୍ତିଶାଳୀ କରୁଥିବା ଏଭଳି ଆଉ ଗୋଟିଏ ନିଆରା ପ୍ରଚେଷ୍ଟା ଆୟୋଜିତ ହେଲା। ତାହା ହେଉଛି ଯୁବ ସଙ୍ଗମ। ଏହି ନିଆରା ପ୍ରଚେଷ୍ଟାରେ ଅଂଶଗ୍ରହଣ କରିୟହାଇବା ଅରୁଣାଚଳ ପ୍ରଦେଶର ଗ୍ୟାମର୍ ନ୍ୟୋକୁମ୍ ଏବଂ ବିହାରର ଝିଅ ବିଶାଖା ସିଂଙ୍କ ସହ ଶ୍ରୀ ମୋଦୀ କଥା ହୋଇଥିଲେ।

ଅରୁଣାଚଳ ପ୍ରଦେଶର ନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜିର ମେକାନିକାଲ୍ ଇଞ୍ଜିନିୟରିଂର ପ୍ରଥମ ବର୍ଷର ଛାତ୍ର ଗ୍ୟାମର୍ ନ୍ୟୋକୁମ୍ କହିଥିଲେ ଯେ ସେ ଯୁବ ସଙ୍ଗମ ବିଷୟରେ ଇନ୍‌ଷ୍ଟିଟ୍ୟୁଟ୍ ନିଟରୁ ଜାଣିବା ପରେ ୱେବ୍‌ସାଇଟକୁ ଯାଇ ନାମ ପଞ୍ଜିକୃତ କରିଥିଲେ।

- Advertisement -

ସେ କହିଥିଲେ ଯେ ରାଜସ୍ଥାନର ଲୋକମାନେ ବହୁତ ଭଲ। ସେମାନେ ଖୁବ ଆଦର କଲେ। ସେ ରାଜସ୍ଥାନର ବଡ଼ ବଡ଼ ହ୍ରଦ ଆଉ ସେଠାକାର ଲୋକେ କରୁଥିବା ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଅନେକ କିଛି ଜାଣିବାକୁ ପାଇଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଅରୁଣାଚଳରେ ମଧ୍ୟ ଲୋକେ ନିଜେ ଭାରତୀୟ ଭାବେ ଗର୍ବ ଅନୁଭବ କରନ୍ତି, ଆଉ ରାଜସ୍ଥାନରେ ମଧ୍ୟ ନିଜ ମାତୃଭୂମିକୁ ନେଇ ଲୋକେ ଗର୍ବ ଅନୁଭବ କରନ୍ତି। ବିଶେଷକରି ସେ ଅନେକ ଯୁବବନ୍ଧୁଙ୍କ ସହିତ ଭାବ-ବିନିମୟ କରିବା ପରେ ନିଜ ଦେଶ ପାଇଁ କିଛି କରିବାର ଚିନ୍ତାଧାରା, ଦେଶ ପ୍ରୀତି, ଏ କଥା ମୋତେ ଉଭୟ ରାଜ୍ୟରେ ସମାନ ରହିଥିବା ଜଣାଗଲା।

ବିହାରର ଝିଅ ବିଶାଖା ସିଂହଙ୍କ ସହିତ ଶ୍ରୀ ମୋଦୀ କଥା ହୋଇଥିଲେ। ବିଶାଖା କହିଥିଲେ ଯେ ସେ ଯୁବସଙ୍ଗମ ସମ୍ପର୍କରେ ସର୍ବପ୍ରଥମେ କଲେଜର ହ୍ୱାଟସଆପ୍ ଗ୍ରୁପ୍‌ର ମେସେଜ ଜରିଆରେ ସୂଚନା ପାଇଥିଲେ। କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ ବିଶାଖା କହିଛନ୍ତି ଯେ ତାମିଲନାଡୁ ଆମ ଦେଶର ଏକ ବହୁତ ବଳିଷ୍ଠ ସଂସ୍କୃତିସମ୍ପନ୍ନ ରାଜ୍ୟ। ସେ ସେଠାକାର ଖାଦ୍ୟ ମଧ୍ୟ ବହୁତ ଭଲ ଲାଗିଲା ଆଉ ସେଠାକାର ଲୋକେ ମଧ୍ୟ ବହୁତ ଭଲ ଲାଗିଲେ ବୋଲି ସେ କହିଛନ୍ତି।

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଭାରତର ଶକ୍ତି ଏହାର ବିବିଧତାରେ ରହିଛି। ସେ କହିଛନ୍ତି, ଆମ ଦେଶରେ ଦେଖିବା ପାଇଁ ବହୁତ କିଛି ରହିଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ “ଯୁବସଙ୍ଗମ” ନାମକ ସୁନ୍ଦର କାର୍ଯ୍ୟକ୍ରମଟିଏ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ଜନସଂପର୍କକୁ ବଢ଼ାଇବା ସହିତ ଦେଶର ଯୁବକଯୁବତୀମାନଙ୍କୁ ପରସ୍ପର ସହିତ ମିଳାମିଶା କରିବାର ସୁଯୋଗ ପ୍ରଦାନ କରିବା। ବିଭିନ୍ନ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଥିସହ ଯୋଡ଼ାଯାଇଛି। “ଯୁବସଙ୍ଗମ”ରେ ଯୁବକଯୁବତୀମାନେ ଅନ୍ୟ ରାଜ୍ୟର ସହର ଓ ଗାଁକୁ ଯାଆନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲୋକଙ୍କ ସହିତ ଭେଟିବାର ସୁଯୋଗ ମିଳିଥାଏ। ଯୁବସଙ୍ଗମର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨୦୦ ଯୁବକଯୁବତୀ ଦେଶର ୨୨ଟି ରାଜ୍ୟକୁ ଗସ୍ତ କରିସାରିଛନ୍ତି। ଯେଉଁ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରୁଛନ୍ତି, ସେମାନେ ପ୍ରତ୍ୟେକ ନିଜ ସହିତ ଏପରି ସ୍ମୃତି ଧରି ଫେରୁଛନ୍ତି, ଯାହା ଜୀବନସାରା ସେମାନଙ୍କ ହୃଦୟରେ ରହିଯିବ। ସେ କହିଛନ୍ତି, ଆମେ ଦେଖିଛୁ ଯେ ଅନେକ ବଡ଼ କମ୍ପାନୀର ସିଇଓ, ବିଜିନେସ୍ ଲିଡର୍‌, ସେମାନେ ବ୍ୟାଗ୍‌-ପ୍ୟାକର୍‌ସଙ୍କ ଭଳି ଭାରତରେ ସମୟ କାଟିଛନ୍ତି। ମୁଁ ଯେତେବେଳେ ଅନ୍ୟ ଦେଶର ନେତୃବୃନ୍ଦଙ୍କୁ ଭେଟେ, ସେମାନେ ମଧ୍ୟ ଅନେକ ଥର କହନ୍ତି ଯେ ସେମାନେ ନିଜର ଯୁବାବସ୍ଥାରେ ଭାରତକୁ ବୁଲିବା ପାଇଁ ଆସିଥିଲେ। ଆମ ଭାରତରେ ଏତେ ସବୁ ଜାଣିବା ଆଉ ଦେଖିବାର ଅଛି ଯେ ଆପଣଙ୍କର ଉତ୍ସୁକତା ସବୁଥର ବଢ଼ିବଢ଼ି ହିଁ ଯିବ । ମୋର ଆଶା ଯେ ଏହି ରୋମାଞ୍ଚକ ଅଭିଜ୍ଞତାକୁ ଜାଣିବା ପରେ ଆପଣ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯିବାପାଇଁ ପ୍ରେରଣା ପାଇବେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories