www.samajalive.in
Saturday, December 6, 2025
23.1 C
Bhubaneswar

ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦ ସିରିଜ୍‌ : ଭାରତ-ଇଂଲଣ୍ଡ ମ୍ୟାଚ୍‌ ଆଜି

କାନ୍‌ବେରା : ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦ ସିରିଜ୍‌ରେ ଶୁକ୍ରବାର ଭାରତର ମୁକାବିଲା ଇଂଲଣ୍ଡ ସହ ହେବ। ଆସନ୍ତା ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଏହି ତ୍ରିରାଷ୍ଟ୍ରୀୟ ସିରିଜ୍‌ ଭାରତୀୟ ଦଳକୁ ଖେଳାଳିଙ୍କ ଦକ୍ଷତା ପରଖିବାକୁ ସୁଯୋଗ ଦେବ।
ସୂଚନାଥାଉକି ଭାରତୀୟ ଦଳ ୨୦୧୭ ଦିନିକିଆ ବିଶ୍ବକପ୍‌ର ଫାଇନାଲରେ ଇଂଲଣ୍ଡ ନିକଟରୁ ୯ ରନ୍‌ରେ ପରାସ୍ତ ହୋଇଥିଲା। ତେଣୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ ହେବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ଭାରତୀୟ ମହିଳା ଟ୍ବେଣ୍ଟି୨୦ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌର୍‌ କିଛିଦିନ ତଳେ କହିଥିଲେ ଖେଳାଳିମାନେ ଚାପର ବଶବର୍ତ୍ତୀ ହୋଇ ଭଲ ପ୍ରଦର୍ଶନ କରିପାରିଲେ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇପାରିବ। ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଥିବାରୁ ଭାରତୀୟ ଖେଳାଳିମାନେ କିପରି ଚାପର ମୁକାବିଲା କରି ଭଲ ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଡବ୍ଲ୍ୟୁଭି ରମଣ ନିଜ ପ୍ରତିକ୍ରିୟାରେ ତ୍ରିରାଷ୍ଟ୍ରୀୟ ସିିରିଜ୍ ଆସନ୍ତା ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳକୁ ଉତ୍ତମ ଭାବେ ପ୍ରସ୍ତୁତି ପାଇଁ ସୁଯୋଗ ଦେଇଥିବା କହିଛନ୍ତି। ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ରିଚା ଘୋଷ ଏକମାତ୍ର ନୂଆ ମୁହଁ ଭାବେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। କିଛଦିନ ତଳେ ଖେଳାଯାଇଥିବା ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିର ଏକ ମ୍ୟାଚ୍‌ରେ ୨୬ଟି ବଲ୍‌ରୁ ୩୬ ରନ୍‌ କରିଥିବାରୁ ରିଚାଙ୍କୁ ଜାତୀୟ ଦଳରେ ସାମିଲ କରାଯାଇଛି। ଦଳରେ ଥିବା ୧୫ ବର୍ଷୀୟା ଶେଫାଳି ବର୍ମା କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories