www.samajalive.in
Saturday, December 6, 2025
26.1 C
Bhubaneswar

ଅଜୟ ଉତ୍ସବ-୨୦୨୦ : ଅଜୟ ମହାପାତ୍ରଙ୍କୁ ଅଜୟ ଉତ୍ସବ ସମ୍ମାନ

ଭୂବନେଶ୍ୱର : ପବିତ୍ର ସରସ୍ୱତୀ ପୂଜା ଅବସରରେ ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୦’ ଗୁରୁବାର ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ। ଏହି କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍‍ ସଙ୍ଗ୍‍ ପରିବେଷଣ ସାଙ୍ଗକୁ ସୀମାଦ୍ରି ରାଓଙ୍କ ଯନ୍ତ୍ର ସଙ୍ଗୀତ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଶିଷ୍ଟ ଗାଳ୍ପିକ ଗୌରହରି ଦାସ, ବିଶିଷ୍ଟ ସଂଳାପକାର ଡ. ରଜନୀ ରଞ୍ଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଗାଳ୍ପିକ, ଔପନ୍ୟାସିକ ଅଜୟ ମହାପାତ୍ରଙ୍କୁ ‘ଅଜୟ ଉତ୍ସବ ସମ୍ମାନ-୨୦୨୦’ (ସାହିତ୍ୟ) ପ୍ରଦାନ କରାଯାଇଥିବା ବେଳେ ତରୁଣ ପିଢୀର କବି ଦିପୁନ୍‍ ପୁହାଣଙ୍କୁ ଅଜୟ ଉତ୍ସବ ତରୁଣ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପରିଶେଷରେ ଅଜୟ ଉତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ପକ୍ଷୀଘରର ସମ୍ପାଦକ ଶ୍ରୀ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories