ଦେଶରେ ଆଉ ୪,୫୧୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜାରି ରହିଛି ।  ଆଜି ବି ଦେଶରେ ୫ ହଜାର  ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୪ହଜାର ୫୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ, ପ୍ରତ୍ୟେକ ଦିନ କରୋନାରୁ ଅଧିକ ଲୋକ ସୁସ୍ଥ ହୋଉଥିବା ରିପୋର୍ଟରୁ ଜଣାପଡ଼ିଛି ।

prayash

ସେହିପରି ଗୋଟିଏ ଦିନରେ ଆଉ ୫,୬୪୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଦେଶରେ ଲଗାତର କରୋନା ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ୫୦ ହଜାର ତଳକୁ ଖସିଛି । ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ବର୍ତ୍ତମାନ ୪୬,୨୧୬ ରହିଛି ।

ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୧.୩୩% ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪,୩୯,୭୨,୯୮୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ମୋଟ ୫ଲକ୍ଷ ୨୮ହଜାର ୪୯୦ଜଣଙ୍କ ମୃତ୍ୟୁ ଘଟିଛି ।

kalyan agarbati

Comments are closed.