ଦେଶରେ ଆଉ ୧୨,୭୮୧ କରୋନା ସଂକ୍ରମିତ ଚିହ୍ନଟ; ୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ଦେଶରେ ୧୨ ହଜାର ତଳକୁ ସଂକ୍ରମଣ ଖସୁନଥିବା ଦେଖିବାକୁ ମିଳୁଛି । ଆଜି ପୁଣି ଦେଶରେ ୧୨ହଜାର ୭୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

prayash

କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୭୫ ହଜାର ଟପିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୭୬, ୭୦୦ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର  ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଦୈନିକ ପଜିଟିଭିଟି ହାର ୪.୩୨% ରହିଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୪ ହଜାର ୮୭୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍‌ କରୋନାରୁ ସୁସ୍ଥ ହେଲେଣି ୪,୨୭,୦୭,୯୦୦ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୬.୧୮ ​‌କୋଟି ଡୋଜ୍‌ ଟିକା ଦିଆସରିଲାଣି ।

kalyan agarbati

Comments are closed.