www.samajalive.in
Sunday, December 7, 2025
26.1 C
Bhubaneswar

୨୪ଘଣ୍ଟାରେ ୮୨ହଜାର କରୋନା ଆକ୍ରାନ୍ତ ସୁସ୍ଥ, ବିଶ୍ୱରେ ଭାରତ ପ୍ରଥମ

କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ଆରୋଗ୍ୟ କ୍ଷେତ୍ରରେ ଭାରତକୁ ଏକ ବଡ ସଫଳତା ମିଳିଛି। ଏପର୍ଯ୍ୟନ୍ତ ଦେଶରେ ୫୫ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଲେଣି। ଏହି ସଂକ୍ରମଣରୁ ସର୍ବାଧିକ ଆରୋଗ୍ୟ ହାର ଅନୁସାରେ ଭାରତ ବିଶ୍ୱ ତାଲିକାରେ ପ୍ରଥମ ସ୍ଥାନ ବଜାୟ ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୨ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେବା ସହ ଦେଶର ଆରୋଗ୍ୟ ହାର ୮୪.୧ ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ଲାଭ କରିଥିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଦେଶରେ ଚିକିତ୍ସାଧୀନ କୋଭିଡ ନାଇଣ୍ଟିନ୍‍ ସଂଖ୍ୟା ହ୍ରାସ ପାଉଥିବା ସୁନିଶ୍ଚିତ ହୋଇଛି। ଗତ ୧୦ ଦିନ ଧରି ଦେଶରେ ଏ ସମ୍ପର୍କିତ ସକ୍ରିୟ ମାମଲା ୧୦ ଲକ୍ଷ ତଳେ ରଖିବାରେ ଭାରତ ସଫଳ ହୋଇଛି।

- Advertisement -

ସେହିଭଳି ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସଂକ୍ରମିତଙ୍କ ସଂଖ୍ୟାଠାରୁ ୬ ଗୁଣ ଅଧିକା ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍‍ ୭୫ ହଜାର ୮୨୯ଟି ନୂତନ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। ଏଥିସହିତ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତରେ କୋଭିଡ ନାଇଣ୍ଟିନ୍‍ ମୃତ୍ୟୁହାର ୧.୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରୋଗରେ ୯୪୦ ଜଣଙ୍କର ମୃତ୍ୟୁ ହେବା ପରେ ବର୍ତ୍ତମାନ ମୋଟ୍‍ ମୃତ୍ୟୁସଂଖ୍ୟା ୧ଲକ୍ଷ ୧ହଜାର ୭୮୨କୁ ବୃଦ୍ଧି ପାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories