ଜହ୍ନ ପାଇଁ ଭାରତ ଏବଂ ରୁଷ୍ ମଧ୍ୟରେ ପ୍ରତିଦ୍ୱନ୍ଦୀତା – କିଏ ଆଗ କରିବ ଏହି କାମ

ନୂଆଦିଲ୍ଲୀ – ଜହ୍ନର ଦକ୍ଷିଣ ମେରୁରେ କାହାର ମହାକାଶ ଯାନ ଆଗ ଅବତରଣ କରିବ ତାକୁ ନେଇ ଭାରତ ଏବଂ ରୁଷ୍‌ ମଧ୍ୟରେ ଏକ ଛାୟା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଭାରତର ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରକୁ ପ୍ରଦକ୍ଷଣ କରୁଥିବା ବେଳେ ରୁଷ୍‌ ଏହାର ଲୁନା-୨୫ ମିସନ୍‌ ଆରମ୍ଭ କରିଛି ।

ଜୁଲାଇ ୧୪ ତାରିଖରେ ଭାରତର ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହା ଚନ୍ଦ୍ରପୃଷ୍ଟରେ ପହଞ୍ଚିବା ପାଇଁ ଲୁନା-୨୫ଠାରୁ ଅଧିକ ସମୟ ନେଇପାରେ ବୋଲି ଆକଳନ କରାଯାଇଛି । ଲୁନା-୨୫ ସିଧାସଳଖ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଯିବ । ଏହାକୁ ଅଗଷ୍ଟ ୧୧ ତାରିଖରେ ସଫଳ ଭାବେ ଉତ୍‌କ୍ଷେପଣ କରାଯାଇଛି । ୨୦୨୧ରେ ଲୁନା-୨୫କୁ ଉତ୍‌କ୍ଷେପଣ କରାଯିବାର ଥିଲା । ମାତ୍ର ବହୁବାର ଏହାର ଉତ୍‌କ୍ଷେପଣ ବିଳମ୍ବ ହୋଇଛି । ଭାରତ ଏହାର ଚନ୍ଦ୍ରଯାନ-୩କୁ ଉତ୍‌କ୍ଷେପଣ କରାଯିବା ପରେ ହଠାତ୍‌ ରୁଷ୍‌ ପକ୍ଷରୁ ଲୁନା-୨୫କୁ ଉତ୍‌କ୍ଷେପଣ କରାଯାଇଛି । ଚନ୍ଦ୍ରରକୁ ମହାକାଶ ଯାନ ପ୍ରେରଣ କରିବାର ରୁଷ୍‌ ପାଖରେ ପ୍ରାୟ ୬୦ ବର୍ଷର ଅଭିଜ୍ଞତା ରହିଛି । ୧୯୫୯ ମସିହାରେ ରୁଷ୍‌ ସଫଳ ଭାବରେ ଏହାର ଲୁନା-୧କୁ ଚନ୍ଦ୍ରକୁ ପ୍ରେରଣ କରିଥିଲା ।

prayash

ଭାରତର ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଥିବା ବେଳେ ରୁଷ୍‌ର ଲୁନା-୨୫, ଅଗଷ୍ଟ ୨୧ ତାରିଖରେ ଅବତରଣ କରିବା ବୋଲି ଅନ୍ତରାଷ୍ଟ୍ରିୟ ମହାକାଶ ବିଜ୍ଞାନୀମାନେ ଆକଳନ କରିଛନ୍ତି । ଚନ୍ଦ୍ରଯାନ-୩ ପ୍ରଥମେ ପୃଥିବୀକୁ ପରିକ୍ରମା କରିବା ପରେ ଚନ୍ଦ୍ରର କକ୍ଷପଥରେ ଏହାକୁ ପରିକ୍ରମା କରିଥିଲା । ପରେ ଧୀରେ ଧୀରେ ଏହା ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି । ପୂର୍ବରୁ ଭାରତ ଚନ୍ଦ୍ରଯାନ-୧ ଏବେ ଚନ୍ଦ୍ରଯାନ-୨ ପ୍ରେରଣ କରିଛି । ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ସଫଳ ହୋଇଥିଲେ ମଧ୍ୟ ଏହାର ସଫ୍ଟ ଲ୍ୟାଣ୍ଡି ବା କ୍ରାସ ଲ୍ୟାଣ୍ଡି ବିଫଳ ହୋଇଥିଲା ।

ଯିଏ ବି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରୁ ଏହା ମହାକାଶ ବିଜ୍ଞାନ ପାଇଁ ଏହା ବିଶେଷ ଉପଲବ୍ଧି ।

Comments are closed.