www.samajalive.in
Monday, December 8, 2025
14.1 C
Bhubaneswar

ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀ ଓ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର : ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନର ବର୍ଷ। ଏହାକୁ ସମଗ୍ର ଦେଶ ମହାସମାରୋହରେ ପାଳନ କରୁଛି। ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରେ ସ୍ୱାଧୀନତା ସଂଗ୍ରାମ ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରୁ ବର୍ଷ ବ୍ୟାପୀ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛନ୍ତି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ବହୁବାର ଓଡିଶାକୁ ଆସି ଓଡିଶାବାସୀଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଅନୁପ୍ରାଣିତ କରିଥିଲେ। ଏହି ଜାତୀୟ ସଂଗ୍ରାମରେ ଓଡିଶାର ସଂଗ୍ରାମୀମାନଙ୍କର ଅବଦାନ ମଧ୍ୟ ଅନନ୍ୟ ଥିଲା। ଓଡିଶାର ବହୁ ସ୍ଥାନରେ ଗାନ୍ଧିଜୀଙ୍କ ସ୍ମୃତି ରହିଛି।
ଭାରତର ସ୍ୱାଧୀନତା ପ୍ରାପ୍ତିରେ ଗାନ୍ଧିଜୀଙ୍କ ଅତୁଳନୀୟ ଅବଦାନ ଏବଂ ଓଡିଶାରେ ଗାନ୍ଧିଜୀଙ୍କ ସ୍ମୃତିକୁ ଉଜ୍ଜୀବିତ ଏବଂ ଅବିସ୍ମରଣୀୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବୃହତ୍ ଗାନ୍ଧି ସ୍ମୃତି ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଆୟୋଜନ କରାଯାଇଛି। ଏଥିସହିତ ଚଳିତ ବର୍ଷ ୭୩ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମଧ୍ୟ ଏହିଠାରେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ପୂର୍ବାହ୍ନରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଏବଂ ଆୟୋଜିତ ପ୍ରଦର୍ଶନୀରେ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ପ୍ରଦର୍ଶନୀରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ମଧ୍ୟ ଅଂଶ ଗ୍ରହଣ କରିବେ। ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଫଟୋଚିତ୍ର ସହ ତାଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ତାଙ୍କର କର୍ମକୃତିର ନମୂନା ସ୍ଥାନିତ ହେବ। ଏଥି ସହିତ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ସଂଗ୍ରାମୀ ଓ ବରପୁତ୍ରମାନଙ୍କର ଅବଦାନ ସଂପର୍କିତ ପୁସ୍ତକ, କ୍ୟାସେଟ୍ ଇତ୍ୟାଦି ପ୍ରଦର୍ଶନ କରାଯିବ। ଏଲ୍.ଇ.ଡି. ଭିଡିଓ ୱାଲ ଜରିଆରେ ଗାନ୍ଧିଜୀଙ୍କ ସ୍ମୃତି ଏବଂ ‘ଗାନ୍ଧିଜୀ ଓ ଓଡିଶା’ ସମ୍ପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ଦିନ ସାରା ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories